10-APRIL-2022
📌
BY: SRINIBASH ROUT
ରାଜନୈତିକ ହିଂସା,ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼ ।ରାଜ୍ୟରେ ପୌର ନିର୍ବାଚନ ସମାପ୍ତ ହୋଇଥିଲେ ହେଁ ରାଜନୈତିକ ହିଂସା ଏବେ ବି ଜାରି ରହିଛି ।ଢେ଼ଙ୍କାନାଳ ଜିଲ୍ଲା ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ ହୋଇଛି। ବିଳମ୍ବିତ ରାତ୍ରିରେ ତାଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ।ଏହି ବୋମାମାଡ଼ରେ ଜୟନ୍ତୀଙ୍କ ଘର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।ବିଳମ୍ବିତ ରାତିିରେ ବୋମାମାଡ଼ ହୋଇଥିବାର ଚିତ୍ର ସିସିଟିଭି ରେ କଏଦ ହୋଇଛି ।ଏହି ବୋମାମାଡ଼ରେ ଜୟନ୍ତୀଙ୍କ ଘର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ଚକିଆ ଯାନ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।ଗତ ମାସ ୩୦ ତାରିଖରେ ମଧ୍ୟ ଦୁର୍ବୃତ୍ତମାନେ ଜୟନ୍ତୀଙ୍କ ଘର ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ ।ବୋମାମାଡ କରି ଦୃର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।କେହି ଦୁର୍ବୁତ୍ତ ଜାଣିଶୁଣି ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଗତ ମାର୍ଚ୍ଚ ୩୦ତାରିଖ ରାତିରେ କିଛି ଦୃର୍ବୃତ୍ତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା ଓ ଗାଳିଗୁଲଜ ସହ ମାରପିଟ୍ କୁ ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା ।ଘଟଣାରେ ଶାସକଦଳର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ।ଅଭିଯୋଗ ପରେ ଢେ଼ଙ୍କାନାଳ ଟାଉନ୍ ଥାନା ପୋଲିସ ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହିଂସାର ଉଗ୍ରରୂପ ଦେଖିବାକୁ ମିଳିଥିଲା ।ରାଜଧାନୀର ଜିଜିପି କଲେନୀରେ ଖଣ୍ଡା ବୁଲିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ଓ ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଥିଲା ।ରାଜନୈତିକ ଆକ୍ରୋଶରୁ ଉକ୍ତ ଘଟଣା ଘଟିଥିବା ଅନୁମାନ କରାଯାଇଥିଲା ।
ସେହିପରି ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ମଧ୍ୟ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।ପରାଜିତ ପ୍ରାର୍ଥୀଙ୍କ ବାଇକ୍ କୁ କିଛି ଦୁର୍ବୃତ୍ତ ଭାଙ୍ଗିବା ସହ ଗାଳିଗୁଲଜ କରିଥିଲେ ।ଗତ ନିର୍ବାଚନରେ ପରାଜିତ ହୋଇଥିବା ଦମ୍ପତିଙ୍କ ବାଇକକୁ କିଛି ଦୁର୍ବୃତ୍ତ ପଥରରେ ଛେଚି ଦେଇଥିଲେ ।
https://socialnewsodiaofficial.blogspot.com
0 Comments