15-APRIL-2022
📌
BY: SRINIBASH ROUT
ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଅର୍ଥାତ୍ ୧୪ ତାରିଖ ତିନି ମୂର୍ତ୍ତି ଭବନ ପରିସରରେ ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ‘ପ୍ରଧାନମନ୍ତ୍ରୀ ସଂଗ୍ରହଳାୟ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ,‘ଆଜି ଠାରୁ ବୈଶାଖି, ବିହୂ ଏବଂ ଓଡ଼ିଆ ନବ ବର୍ଷର ଆରମ୍ଭ। ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ଏହି ସମୟରେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଏହି ସଂଗ୍ରହାଳୟ ଏକ ବଡ଼ ପ୍ରେରଣା ହୋଇଆସିଛି। ଏହି ୭୫ ବର୍ଷ ମଧ୍ୟରେ ଦେଶ ଅନେକ ଗର୍ବିତ ମୁହୂର୍ତ୍ତ ଦେଖିଛି ଯାହା ଅତୁଳନୀୟ।’
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, ଦୂରଦୁଷ୍ଟିରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ହୋଇଛି ।ଯେଉଁଠାରେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ସ୍ଥାନିତ ହୋଇଛି ।ସାଧାରଣ ଜନତା ସେମାନଙ୍କ ବାବଦରେ ତଥ୍ୟ ପାଇପାରିବେ ।ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିଗୁଡିକ ବାବଦରେ ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ସଂଗ୍ରହାଳୟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ।ଏଥିରେ ତତକାଳୀନ ନେହରୁ ସଂଗ୍ରହାଳୟ ଭବନକୁ ସାମିଲ୍ କରାଯାଇଛି ।ସମୁଦାୟ ଦୁଇଟି ବ୍ଲକ୍ ପ୍ରାୟ ୨୧୭ କୋଟି ଟଙ୍କା ବ୍ୟୟରେ ୧୫,୬୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହୋଇଛି ।ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ସେମାନଙ୍କ କାର୍ୟ୍ୟକାଳ ମଧ୍ୟରେ କରାଯାଇଥିବା କାର୍ୟ୍ୟ ବିଷୟରେ ଏଠାରେ ସୂଚନା ଦିଆଯାଇଛି ।ଏହି ସଂଗ୍ରହାଳୟ ମାଧ୍ୟମରେ ସ୍ୱାଧୀନ ଭାରତର ସମସ୍ତ ସରକାରଙ୍କ କାର୍ୟ୍ୟକଳାପ ଏବଂ ଦେଶର ସମୃଦ୍ଧ ଗଣତାନ୍ତ୍ରିକ ଇତିହାସ ଚିତ୍ରିତ ହୋଇଛି। ଏହି ସଂଗ୍ରହାଳୟ ଭାରତର ଉଦୀୟମାନ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇଛି ।ଏହାର ଲୋଗ ଚକ୍ର ରହିଛି ।
ସଂଗ୍ରାହଳୟରେ ଗୁରୁତ୍ୱପୂର୍ଣ୍ଣ ଚିଠି, କିଛି ବ୍ୟକ୍ତିଗତ ବସ୍ତୁ,ଉପହାର ଓ ସ୍ମରଣୀୟ ବସ୍ତୁ, ସମ୍ମାନ ପଦକ, ସ୍ମାରକ ଟିକେଟ, ମୁଦ୍ରା, ଆଦି ପ୍ରଦର୍ଶିତ କରାଯାଇଛି। ଦୂରଦର୍ଶନ, ଚଳଚ୍ଚିତ୍ର ବିଭାଗ, ସଂସଦ ଟିଭି, ରକ୍ଷା ମନ୍ତ୍ରାଳୟ,ଗଣମାଧ୍ୟମ(ଭାରତୀୟ ଓ ବିଦେଶୀ), ବିଭିନ୍ନ ଖବରକାଗଜ, ବିଦେଶ ମନ୍ତ୍ରାଳୟ ଆଦି ସଂସ୍ଥାନ ମାଧ୍ୟମରୁ ତଥ୍ୟ ଏକତ୍ରିତ କରାଯାଇଛି।
ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି , ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜାତୀୟ ମାନ୍ୟତାର ଜୀବନ୍ତ ଉଦାହରଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଉଭା ହୋଇଛି। ଡ଼କ୍ଟର ଭୀମ ରାଓ ଆମ୍ବେଦକରଙ୍କ ଯୋଗୁଁ ଦେଶର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଆଜି ଦେଶର ପ୍ରତିନିଧିତ୍ୱ କରିପାରିବେ।
https://socialnewsodiaofficial.blogspot.com
0 Comments