16-APRIL-2022
📌
BY: SRINIBASH ROUT
ଦିଲ୍ଲୀରେ ପୁଣି କରୋନା କାଳ ।ଦିଲ୍ଲୀରେ ଏବେ ସଂକ୍ରମିତ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ନୂଆ ମାମଲାକୁ ନେଇ ସ୍କୁଲ୍ରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।ଯଦି ଏଭଳି ବେଗରେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇବ ତେବେ ଆଗକୁ ସ୍ଥିତି ସଂଗୀନ ହୋଇପାରେ ।ଯାହା ଫଳରେ ପୁଣି ଲାଗୁ ହୋଇପାରେ କରୋନା କଟକଣା ।ଏନେଇ ଆସନ୍ତା ଏପ୍ରିଲ୍ ୨୦ରେ ବୈଠକ ଡ଼ାକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ ।ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ ।ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ ।ଗତ ସୋମବାର ୧୧ ତାରିଖ ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୧୪ ତାରିଖ ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି ।ଚୀନକୁ କରୋନାର ଉତ୍ପତିସ୍ଥଳ କୁହାଯାଏ । ୨୦୧୯ ମସିହାରେ ଏଠାରୁ ଆରମ୍ଭ ହୋଇଥିବା ଘାତକ ମହାମାରୀ ସାରା ଦେଶରେ ବ୍ୟାପିବା ସହ ବଡ଼ ସଙ୍କଟ ସୃଷ୍ଟି କରିଥିଲା ।ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ଯୋଗୁଁ ଅଧିକାଂଶ ଦେଶ କଟକଣା ଉଠାଇଛନ୍ତି ।ତେବେ ଏବେ ଚୀନ ସହିତ ଦିଲ୍ଲୀରେ ପୁଣି ସଂକ୍ରମଣ ବୃଦ୍ଧି ମନ ଭିତରେ ଭୟ ସଂଚାର କଲାଣି ।
https://socialnewsodiaofficial.blogspot.com
0 Comments