Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରିଲିଜ୍ ହେଲା ଦେଶର ସବୁଠୁ ବଡ଼ ଫିଲ୍ମ KGF-2 : ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ KGF-2 ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ୨୦୨୨ ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି, KGF-2 ହେଉଛି ସ୍ମଗଲର ରକିଙ୍କ କାହାଣୀ ।

 


16-APRIL-2022


📌


BY: SRINIBASH ROUT

ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍-୨ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ।ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି ।ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ । ୬ ହଜାରରୁ ଅଧିକ ହଲ୍‌ରେ ରିଲିଜ୍ ହୋଇଥିବା ସିନେମା ପ୍ରଥମ ଦିନରେ ହିଁ ୫୦ କୋଟିରୁ ଅଧିକ ବିଜନେସ୍ କରିଛି ।ତେବେକ୍ରେଜ୍ କେବଳ ଦକ୍ଷିଣ ଭାରତରେ ସୀମିତ ରହିନି, ଗୁରୁବାର ୧୪ ତାରିଖ ଭୁବନେଶ୍ୱରରେ ରାତି ୩ଟାରୁ ଲୋକେ ହାଉସ୍‌ଫୁଲ୍ ଶୋ’ କୁ ଉପଭୋଗ କରିଛନ୍ତି ।ପ୍ରଥମ ଥର ପାଇଁ ରାଜ୍ୟରେ ରାତି ୩ଟାରେ ଫିଲ୍ମ ରିଲିଜ୍ ହୋଇଛି ।କେଜିଏଫ୍‌କୁ ନେଇ ଲୋକଙ୍କ ଭିତରେ ବହୁ ଉତ୍ସାହ ରହିଥିବାରୁ ପ୍ରଥମ ଦିନରୁ ହିଁ ଜଣାପଡ଼ିଛି ।ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।ପ୍ରଶଂସକମାନେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ପସନ୍ଦ କରୁଛନ୍ତି ।ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଆସିଛି ।ୟଶଙ୍କ KGF  ପାର୍ଟ-୨ ପରେ, ପାର୍ଟ-୩’ ଆସିବାର ସୂଚନା ମଧ୍ୟ ମିଳିଛି ।ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍-୩ ପାଇଁ କାମ କରୁଛନ୍ତି।


ମିଡ଼ିଆ ରିପୋର୍ଟ ଅନୁଯାୟୀ, କେଜିଏଫର ପ୍ରଥମ ଭାଗ ପାଇଁ ୟଶ ୧୫ କୋଟି ଟଙ୍କା ନେଇଥିବା ବେଲେ ଦ୍ବିତୀୟ ଭାଗ ପାଇଁ ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ତେବେ ୟଶ ମୋଟ ୨୫ କୋଟି ଟଙ୍କା ନେଇଛନ୍ତି ।ସଞ୍ଜୟ ଦତ୍ତ ଆଦିରାଙ୍କ ଚରିତ୍ର ପାଇଁ ୯ କୋଟି ଟଙ୍କା ଆଦାୟ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ଶ୍ରୀନିଦ୍ଧି ଏହି ଫିଲ୍ମ ପାଇଁ ୩କୋଟି ଟଙ୍କା ନେଇଛନ୍ତି। ଅନ୍ୟପଟେ ରବିନା ଟଣ୍ଡନ୍ ଫିଲ୍ମ ପାଇଁ ୧.୫କୋଟି ଟଙ୍କା ନେଇଛନ୍ତି।


ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ କେଜିଏଫ୍-୨ ହେଉଛି ୨୦୧୮ରେ ରିଲିଜ୍ ହୋଇଥିବା ‘KGF’ ର ସିକ୍ୱେଲ୍ ​​।ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରେ ୨୫୦ କୋଟିର ବ୍ୟବସାୟ କରିଥିଲା ​​। KGF-2 ରେ କନ୍ନଡ଼ ସୁପରଷ୍ଟାର ୟଶ୍ ସମେତ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ଶ୍ରୀନିଧି ଶେଟ୍ଟୀ ଏବଂ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।


ଆଗାମୀ ‘କେଜିଏଫ୍-୩’ ରିଲିଜ୍ ନେଇ ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦୀ ଏ ବିଷୟରେ କହିବା ଠିକ୍ ହେବ ନାହିଁ ।ଯଦି ଲୋକମାନେ କେଜିଏଫ୍-୨କୁ ପସନ୍ଦ କରୁଛନ୍ତି। ତାହାଲେ ଆମେ ଫ୍ରାଞ୍ଚାଇଜ୍ କୁ ଜାରି ରଖିବାକୁ ଚିନ୍ତା କରିପାରିବୁ ।ଗୋଟିଏ ପଟେ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ଫିଲ୍ମି ତୃତୀୟ ଭାଗ ବିଷୟରେ କହିଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡ଼ିଆରେ ଫିଲ୍ମ ବିଷୟରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ହେଲେ କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖାଯିବ ।







https://socialnewsodiaofficial.blogspot.com

Post a Comment

0 Comments