16-APRIL-2022
📌
BY: SRINIBASH ROUT
ସାବଧାନ ! ଶେଷ ହୋଇନି କରୋନା, ଜୁନ୍ ରେ ଆସିପାରେ କରୋନାର ଚତୁର୍ଥ ଲହର ଦେଶରେ ତୃତୀୟ ତରଙ୍ଗର ମନ୍ଥରତା ସହିତ ଚତୁର୍ଥ ତରଙ୍ଗର ପୂର୍ବାନୁମାନ ବିଶେଷଜ୍ଞମାନେ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଚତୁର୍ଥ ତରଙ୍ଗ ପ୍ରାୟ ୨୨ ଜୁନ୍ ଠାରୁ ଆରମ୍ଭ ହୋଇପାରେ, ଯାହାର ପ୍ରଭାବ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ।ତେବେ, ଚତୁର୍ଥ ତରଙ୍ଗ କେତେ ଗମ୍ଭୀର ହେବ,ତାହା କରୋନାର ନୂତନ ଭ୍ୟାରିଆଣ୍ଟ ସାମ୍ନାକୁ ଆସିବା ପରେ ଏହା ଜଣା ପଡ଼ିବ। ଆଉ ଏବେ କରୋନାର ନୂଆ XE ଭାରିଆଣ୍ଟ ଜନିତ ସଂକ୍ରମଣ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।ଏହାସହ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଟପିଛି ।ଲଗାତର ସଂକ୍ରମଣ ବଢୁଥିବାରୁ ଚତୁର୍ଥ ଲହର ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଲର୍ଟ କରିଛନ୍ତି ।
ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ COVID-19 ର ଚତୁର୍ଥ ଲହର ଅତି କମରେ ଚାରିମାସ ପର୍ଯ୍ୟନ୍ତ ଚାଲିବ। ଏହି ଭବିଷ୍ୟବାଣୀ ୨୪ ଫେବୃଆରୀରେ ପ୍ରିପ୍ରିଣ୍ଟ ସର୍ଭର MedRxiv ରେ ପ୍ରକାଶିତ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଚତୁର୍ଥ ତରଙ୍ଗର କର୍ଭ ଅଗଷ୍ଟ ୧୫ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶିଖରରେ ପହଞ୍ଚିବ।ଏହା ପରେ ଏହା କମିବା ଆରମ୍ଭ କରିବ। ତଥାପି, ଏହାର ଗମ୍ଭୀରତା ଉପରେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ।
Covid-19ର XE ଭାରିଆଣ୍ଟକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ।କାରଣ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ, ଏହି ଭାରିଆଣ୍ଟ ବହୁତ୍ ଦ୍ରୁ-ତ ଗତିରେ ବ୍ୟାପିଥାଏ ।ତେଣୁ ଲୋକମାନେ ଏହାକୁ ଦେଶରେ କରୋନାର ଚତୁର୍ଥ ଲହର ଭାବେ ଦେଖୁଛନ୍ତି ।
ଏହି ଭାରିଆଣ୍ଟ କିପରି ଅଟେ :
ଆପଣଙ୍କୁ କହିରଖୁଛୁ ଯେ XE ଓମିକ୍ରନର 2 ସବ ଲିନେଜ BA.2 ର ରିକମ୍ବିନେଣ୍ଟ ଷ୍ଟ୍ରେନ ଅଟେ । WHO ନିଜ ରି-ପୋ-ର୍ଟରେ ଏହି ଭାରିଆଣ୍ଟକୁ କରୋନାର BA.2 ଭାରିଆଣ୍ଟ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି ।କିନ୍ତୁ ବିଶେଷଜ୍ଞ ମାନେ କହିଛନ୍ତି ଯେ XE ଭାରିଆଣ୍ଟ ଟିକେ ହାଲକା ଲାଗୁଛି ।କିନ୍ତୁ ଏହି ଭାଇରସଠାରୁ ବଞ୍ଚିବାପାଇଁ ଏହାର ଲକ୍ଷଣ ଜାଣିବା ବହୁତ୍ ଜରୁରୀ ଅଟେ ।
କଣ୍ କଣ୍ ରହିଛି XE ର ଲକ୍ଷଣ :
ଡ଼ାକ୍ତରଙ୍କ ଅନୁଯାୟୀ, ଭାରିଆଣ୍ଟ XE ଏବଂ ଓମିକ୍ରନର ସବୁ ଲକ୍ଷଣ ସମାନ ଅଟେ ।ଏହା ସାଧାରଣତଃ ହାଲକା ଅଟେ ଏବଂ ବହୁତ୍ ଗମ୍ଭୀର ମଧ୍ୟ ନୁହେଁ ।ଏହା ଧ୍ୟାନ ରଖିବା ଉଚିତ୍ ଯେ XE ଭାରିଆଣ୍ଟ ପ୍ରାୟ ୩ ମାସ ହେଲାଣି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଭାରିଆଣ୍ଟ ପରି ସାରା ଦୁନିଆଁରେ ବ୍ୟାପିନାହିଁ ।କିଛି ଏକ୍ସପର୍ଟଙ୍କ ଅନୁଯାୟୀ, ”ବର୍ତ୍ତମାନ ସୁଦ୍ଧା ଏପରି କୌଣସି ପ୍ରମାଣ ମିଳିନାହିଁ ଯେ XE ଭାରିଆଣ୍ଟର ଲକ୍ଷଣ ଓମିକ୍ରନ୍ ଭାରିଆଣ୍ଟ ଠାରୁ ଅଲଗା ଅଟେ ।”
ତଥାପି ଆପଣମାନେ ଏହି ଲକ୍ଷଣ ଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ ।ଯେପରିକି ଥକା ଲାଗିବା, ଜ୍ଵର, ମୁଣ୍ଡବ୍ୟଥା, ଶରୀର ଯ-ନ୍ତ୍ର-ଣା ହେବା, ମନରେ ସବୁବେଳେ ଭ-ୟ, ହା-ର୍ଟ ସମ୍ବନ୍ଧିତ ସମସ୍ୟା ଇତ୍ୟାଦି ।
https://socialnewsodiaofficial.blogspot.com
0 Comments