18/MAY/2022
📌
BY: SRINIBASH ROUT
ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କଥା କହି ବିଜ୍ଞାପନରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ବାସ୍ତବ ଚତ୍ର କିନ୍ତୁ ଭିନ୍ନ ରହିଛି ।କେଉଁଠି ହସ୍ପିଟାଲ୍ ନାହିଁ ତ କେଉଁଠି ହସ୍ପିଟାଲ୍ ଥିଲେ ଡ଼ାକ୍ତର ନାହାନ୍ତି ।କେଉଁଠି ଷ୍ଟାଫ୍ ନାହାନ୍ତି ।ଏମିତିକି ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡ଼ାକ୍ତର ନିଯୁକ୍ତି ଥିବା ବେଳେ ସେ ଅଧିକାଂଶ ସମୟ ଛୁଟିରେ ରହୁଥିବା ଦେଖାଯାଇଛି ।ଫଳରେ ଅନେକ ସ୍ଥାନରେ ସବୁ ଥାଇ ବି ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହେଉଛି ।ତେବେ ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ମୋହନା ବ୍ଲକ୍ ସଦର ମହକୁମାରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ।ମୋହନା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ନିମନ୍ତେ ଆସନ୍ତି। ୩୯ଟି ପଞ୍ଚାୟତର ହଜାର ହଜାର ଲୋକ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ।ହେଲେ ବହୁଦିନ ହେଲାଣି ଏହି ମେଡ଼ିକାଲରେ ୩୦ଟି ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଗୃହ ବ୍ୟବହାର ହେଉଛି ।ଯେଉଁଠି କେବଳ ମାତ୍ର ୧୨ଟି ଶଯ୍ୟା ବ୍ୟବହାର ହେଉଛି ।ରୋଗୀଙ୍କ ସେବା ପାଇଁ ଡ଼ାକ୍ତର ରହିଛନ୍ତି ୧୫ ଜଣ କିନ୍ତୁ ଉପସ୍ଥିତ ରହୁଛନ୍ତି ପ୍ରତ୍ୟେକ ଦିନ ଦୁଇରୁ ତିନି ଜଣ । ଅନେକ ଡ଼ାକ୍ତର ତିନି ଦିନ କର୍ଯ୍ୟରେ ଯୋଗ ଦେଇ ଚାଲିଯାନ୍ତି ନିଜ ଗ୍ରାମକୁ ।
ହେଲେ ରୋଗୀଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସୁବିଧା ଯୋଗାଇ ଆସୁଥିଲେ ମଧ୍ୟ ମୋହନା ବ୍ଲକରେ ତାହା ସ୍ବପ୍ନ ।ବର୍ତ୍ତମାନ ଗ୍ରୀଷ୍ମର ପ୍ରଭାବ ସାରା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ମୋହନା ମେଡ଼ିକାଲରେ ରୋଗୀ ରହିବା ପାଇଁ କୌଣସୀ ସୁବିଧା ନାହିଁ ।ମୁଖ୍ୟତଃ ରୋଗୀ ରହିବା ଗୃହରେ ୪ଟି ପଙ୍ଖାରୁ ଦୁଇଟି ଅଚଳ ।ସେହିପରି ରୋଗୀ ବିଶ୍ରାମ ନେବା ଓ ପ୍ରବେଶ ଦ୍ଵାରରେ ମଧ୍ୟ ପଙ୍ଖା ବୁଲୁନି ।ରୋଗୀ ହନ୍ତସନ୍ତ ।ରୋଗୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଲାଗିଛି ଆକ୍ବାଗାର୍ଡ ।ହେଲେ ଆକ୍ବାଗାର୍ଡରେ ନାହିଁ ପାଣି ।ଶୌଚାଳୟ ଅବସ୍ଥା ଶୋଚନୀୟ ।ଦିନେ ଖଟିଆରେ ଚାଦର ପଡ଼ିଲେ ଆଉ ଦିନେ ପଡୁଛି ।କିଛି ମାସ ପୂର୍ବେ କାୟାକଳ୍ପ ଟିମ୍ ଗସ୍ତକୁ ନେଇ ବେଶ ସାଜସଜ୍ଜା କରାଯାଇଥଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ। ସେହି ସମୟରେ ମୋହନା ବିଡ଼ିଓ ତାପସ୍ପିନି ହାଁସଦା ପରିଦର୍ଶନ କରି ତଦାରଖ ମଧ୍ୟ କରିଥିଲେ ।କିନ୍ତୁ ଟିମ୍ ପରିଦର୍ଶନ କରି ଫେରିବା ପରେ ପୁଣି ସେହି ଅବସ୍ଥା ।
ନା..ଅଛି ପିଇବା ପାଣି ନା..ଅଛି ପଙ୍ଖା । ନା.. କୁ ମାତ୍ର ସ୍ୱାସ୍ଥ୍ୟ ସେବା ।ତୁରନ୍ତ ରୋଗୀଙ୍କ ପାଇଁ ଆସୁଥିବା ବିଭିନ୍ନ ସେବା ଯଥା ପାନୀୟ ଜଳ, ପଙ୍ଖା, ଖଟିଆ, ଚାଦର ଭଳି ବିଭିନ୍ନ ସୁବିଧା ଯୋଗାଇବା ସହ କାର୍ଯ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
https://socialnewsodiaofficial.blogspot.com
0 Comments