07-MAY-2022
📌
BY: SRINIBASH ROUT
ବିଜେପି ନେତା ତେଜିନ୍ଦର ପାଲ୍ ସିଂ ବାଗ୍ଗା (Tajinder Pal Singh Bagga) ଙ୍କୁ ପଞ୍ଜାବ ପୋଲିସ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଛି। ଉତ୍ତେଜନାମୂଳକ ଭାଷଣ ଦେବା ଓ ଧମକ ଦେବା ଅଭିଯୋଗରେ ତେଜିନ୍ଦର ପାଲଙ୍କ ବିରୋଧରେ ପଞ୍ଜାବ ପୋଲିସ ଗତ ମାସରେ ଏକ ମାମଲା ରୁଜୁ କରିଥିଲା। ମାର୍ଚ୍ଚ ୩୦ରେ ଦିଲ୍ଲୀରେ ଚାଲିଥିବା ଗୋଟିଏ ଆନ୍ଦୋଳନ ବେଳେ ତେଜିନ୍ଦର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଖୋଲାଖୋଲି ଧମକ୍ ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡ଼ିଓ ମଧ୍ୟ ପୋଲିସ ନିକଟରେ ଦାଖଲ କରାଯାଇଥିଲା। ଏହି ଆଧାରରେ ଶୁକ୍ରବାର ୦୬ ତାରିଖ ପୋଲିସ ତାଙ୍କୁ ଗିରଫ କରିଛି।
https://socialnewsodiaofficial.blogspot.com
0 Comments