01-MAY-2022


📌


BY: SRINIBASH ROUT

ବିଜୁଳି ସଙ୍କଟ ଦୂର କରିବାକୁ କୋଇଲା ନେଇ ଯାଉଥିବା ଟ୍ରେନ ଦୁର୍ଘଟଣା ଗ୍ରସ୍ତ। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି ।ଏହି ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଇଟାୱା ଜିଲ୍ଲାର ଭରଥନା ନିକଟରେ ଡେଡ଼ିକେଟେଜ ଫ୍ରେଟ କରିଡରରେ ଏକ କୋଇଲା ବୋଝେଇ ମାଲଗାଡ଼ି ଟ୍ରେନ୍ ଓଲଟି ପଡ଼ିଛି। ଏଥିଯୋଗୁଁ ଉକ୍ତ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।ଲାଇନ୍ ଚ୍ୟୁତ ଯୋଗୁଁ ବଡ଼ବଡ଼ କୋଇଲା ଖଣ୍ଡ ରେଳ ଟ୍ରାକ୍‌ରେ ମାଡ଼ ହୋଇଛି। ଫଳରେ ରେଳ ଧାରଣା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ତୁଣ୍ଡଲାର ରେଳ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳ କୋଚ ଗୁଡିକୁ ସେଠାରୁ ହଟାଯାଉଛି।


ଅତିରିକ୍ତ ଏସପି ସତପାଲ ସିଂହ କହିଛନ୍ତି, ଏହି କୋଇଲା ବୋଝେଇ ଟ୍ରେନ୍‌ଟି କାନପୁରରୁ ଭାୟା ଇଟାୱା ହୋଇ ଗାଜିଆବାଦ ଯାଉଥିଲା।


https://socialnewsodiaofficial.blogspot.com