12/MAY/2022
📌
BY: SRINIBASH ROUT
ଖଣି ମାଲିକ ଜିତୁ ପଟ୍ଟନାୟକ ଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଚଢ଼ାଉ। ଅର୍ଥ ହେରଫେର୍ ମାମଲାରେ ଇଡି ତାଙ୍କ ଘରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।ଏକକାଳୀନ ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ତାଙ୍କ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରାଯାଇଛି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ବି ଇଡି ଚଢ଼ାଉ କରିଛି। ଏଥିସହିତ ଜିତୁଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ୍ କରିଛି ଇଡି। ଚଢ଼ାଉ ସମୟରେ କମ୍ପ୍ୟୁଟର୍ ହାର୍ଡ ଡିସ୍କରୁ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜିତୁ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।
https://socialnewsodiaofficial.blogspot.com
0 Comments