01-MAY-2022


📌


BY: SRINIBASH ROUT

ଶ୍ରମିକ ଦିବସ ପାଇଁ ଶ୍ରମିକମାନଙ୍କୁ ଖୁସି ଖବର। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ୨୦୨୨ ଏପ୍ରିଲ୍ ପହିଲାରୁ ପିଛିଲା ଭାବେ ଏହା କାର୍ଯ୍ୟକାରୀ ହେବ ।ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ୩୦ ତାରିଖ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।ବର୍ଦ୍ଧିତ ଭତ୍ତା ଲାଗୁ ହେବା ଫଳରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୧୫ଟଙ୍କା ପରିବର୍ତ୍ତେ ୩୨୬ଟଙ୍କା ପାଇବେ ।ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୫ଟଙ୍କାରୁ ୩୬୬ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ଟଙ୍କାରୁ ୪୧୬ଟଙ୍କାକୁ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ଟଙ୍କାରୁ ୪୭୬ଟଙ୍କାକୁ ବୃଦ୍ଧି ପାଇଛି ।


ରାଜ୍ୟର ମୋଟ୍ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ନିମନ୍ତେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ ।ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ସୁପାରିଶ୍ ଆଧାରରେ ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ବର୍ଷକୁ ୨ଥର ସ୍ୱତନ୍ତ୍ର ଭତ୍ତା ବୃଦ୍ଧିର ପ୍ରାବଧାନ ରହିଛି ।ଏହି ସୁପାରିଶ ଅନ୍ତର୍ଗତ ରାଜ୍ୟ ଶ୍ରମ କମିଶନର ଏନ୍‌. ଥିରୁମାଳା ନାଏକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ସ୍ୱତନ୍ତ୍ର ଭତ୍ତା (ପରିବର୍ତିତ ମହଙ୍ଗା ଭତ୍ତା -ଭିଡିଏ)ରେ ଦୈନିକ ୧୧ଟଙ୍କା ବୃଦ୍ଧି କରାଯାଇଛି ।ଏହା ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।



https://socialnewsodiaofficial.blogspot.com