13/MAY/2022
📌
BY: SRINIBASH ROUT
ନିଆଁ ନେଇଗଲା ୩ ଜୀବନ। ଜୀବନ୍ତ ଜଳିଗଲେ ମାଆ ଏବଂ ୬ବର୍ଷର ଝିଅ ଓ ୩ ମାସର ପୁଅ ।ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି ହୋଇଛି ।ନିରାପଦରେ ସୁରକ୍ଷିତ ଭାବେ ରକ୍ଷା ପାଇଯାଇଛନ୍ତି ସ୍ୱାମୀ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।ଏଭଳି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଉଞ୍ଚଗା ଗ୍ରାମରେ ଘଟିଛି ।
ଉଞ୍ଚଗା ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ ମାର୍ଣ୍ଡି ଗତକାଲି ଅର୍ଥାତ୍ ଗୁରୁବାର ୧୨ ତାରିଖ ରାତିରେ ଖାଇ ସରିବା ପରେ ସ୍ତ୍ରୀ ସୁରୁକୁନି, ଝିଅ ସରିତା ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ ।ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସାରସକଣା ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡି ଯାଇଥିଲେ ।ତେବେ ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରକୁ ଆସିଥିବା ପରିବାର ମୁଖ୍ୟଙ୍କ କିଛି କ୍ଷୟକ୍ଷତି ହୋଇ ନଥିବାର ଦେଖିବାକୁ ମିଳିଥିଲା। ଝାରପୋଖରିଆ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ମଙ୍ଗଲ ମାର୍ଣ୍ଡି କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପରେ ୩ ଜୀବନ୍ତଦଗ୍ଧଙ୍କ ଅଂଶ ବିଶେଷ ଉଦ୍ଧାର କରି ଜବତ କରିଛି ପୋଲିସ।
ତେବେ ରାତି ଅଧରେ ସମସ୍ତେ ଶୋଇଥିବା ବେଳେ ନିଆଁ କିପରି ଲାଗିଲା, ଏଥିରେ ପରିବାରର ଅନ୍ୟ ସଦସ୍ୟଙ୍କର କିପରି କିଛି କ୍ଷତି ହେଲାନି ତାହା ରହସ୍ୟ ଘେରରେ ରହିଛି। ପ୍ରକାଶ ଥାଉକି ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ଘରୋଇ କଳି ଯୋଗୁ ସେ ତାକୁ ଛାଡ଼ି ଦେଇ ଦ୍ଵିତୀୟ ବିବାହ କରିଥିଲେ। ଅଗ୍ନିକାଣ୍ଡରେ ମୃତ୍ୟୁର କାରଣ ସ୍ପଷ୍ଟ ନ ଥିବା ବେଳେ ପୋଲିସ ସନ୍ଦେହରେ ମଙ୍ଗଲଙ୍କୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।ଏହା ଏକ ଦୁର୍ଘଟଣା ନା ଏହା ପଛରେ କାହାର ହାତ ଅଛି ତାହାର ତଦନ୍ତ ଚଳାଇଛି ପୋଲିସ ।ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜକୁ ପଠାଯିବ ବୋଲି ଡି.ଏସ୍.ପି ମୁକ୍ତି କୁମାର କୁଲୁ ପ୍ରକାଶ କଟିଛନ୍ତି। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪), ୬ ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ ମାସର ପୁଅ ଜଗଦୀଶ ମାର୍ଣ୍ଡି।
https://socialnewsodiaofficial.blogspot.com
0 Comments