05-MAY-2022


📌


BY: SRINIBASH ROUT

ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଛି ।ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ ପଡ଼ିଛି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ। ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ପରେ ଏ ନେଇ ରାତି ୧୨ଟାରେ ପରିବାର ଲୋକେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୋଲିସ ରାତି ୧ଟାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେତ ପାଇଁ ପଠାଇଛି ।ଓ ଶଵ ବ୍ୟଵଛେଦ ପରେ  ପରିବାର ଲୋକ ଙ୍କୁ ଶଵ ହସ୍ତାନ୍ତର କରିଛି ବଲାଙ୍ଗୀର ପୋଲିସ। ହତ୍ୟାକାରୀ କିଏ ଓ ଏଥିରେ କେତେଜଣ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଟାଉନ୍ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।


(ମୃତ ମହିଳାଙ୍କ ସ୍ବାମୀ ନାରାୟଣ ପଟେଲ ତାଙ୍କୁ ୧୫ ବର୍ଷ ହେଲା ଛାଡ଼ି ଦେଇଥିବା ଜଣାପଡ଼ିଛି)



https://socialnewsodiaofficial.blogspot.com