23/MAY/2022


📌


BY: SRINIBASH ROUT

ବ୍ରହ୍ମପୁରଏମକେସିଜି ମେଡ଼ିକାଲରେ ସମସ୍ତ ଡ଼ାକ୍ତର ର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି ନେଇ ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଏମକେସିଜି ମେଡ଼ିକାଲ ମୁଖ୍ୟ ଗେଟ୍ ଠାରେ ୧୧୬ତମ ଘଣ୍ଟଯାତ୍ରା ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।ଆଇନଜୀବୀ ଅବନୀ ଗୟା ଙ୍କ ଆବାହକତ୍ୱ ରେ ଆଜି ଅର୍ଥାତ୍ ସୋମବାର ୨୩ ତାରିଖ ଏମକେସିଜି ମେଡ଼ିକାଲ ମୁଖ୍ୟ ଗେଟ୍ ଠାରେ ଦୀର୍ଘ ସମୟ ଧରି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏତଦସହ ବରିଷ୍ଠ ନାଗରିକ ଙ୍କ ପାଇଁ ଜେରୀ୍ୟାଟିକ ବିଭାଗ ଖୋଲିବା,ପୋଡା ଜଳା ଚିକିତ୍ସା ବିଭାଗ Burn care ୟୁନିଟ୍ ସ୍ଥାପନ, ୨୪ଘଣ୍ଟା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର ଓ ରେଡ଼ିଓଲୋଜି ବିଭାଗକୁ ଚାଲୁ କରିବା, ଡାଏଲିସିସ ସେବାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, କାଜୁଆଲିଟି ରେ ବରିଷ୍ଠ ଡ଼ାକ୍ତରଙ୍କୁ ନିୟୋଜିତ କରିବା, ଟ୍ରମାକେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଅଧିକ ସଂଖ୍ୟାରେ ICU ବେଡ଼ ଓ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇବା, ସରକାରୀ ଆମ୍ବୁଲାନ୍ସର ଦାୟିତ୍ୱରେ ଥିବା କତୃପକ୍ଷ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଥିବା କମିଶନ କାରବାରକୁ ବନ୍ଦ୍ କରିବା, ମେଡ଼ିକାଲ ପରିସରକୁ ଅବାଧରେ ପ୍ରବେଶ କରୁଥିବା ଔଷଧ ଦଲାଲ, ଘରୋଇ କ୍ଲିନିକ ଦଲାଲ, ଘରୋଇ ମେଡ଼ିକାଲ ଦଲାଲ, ରକ୍ତ ଦଲାଲ, ଆମ୍ବୁଲାନ୍ସ ଦଲାଲ ଭଳି ସମସ୍ତ ପ୍ରକାର ଦଲାଲ ଙ୍କୁ ଗିରିଫ କରିବା, ନିରାମୟ ରେ ସମସ୍ତ ପ୍ରକାର ଉନ୍ନତମାନର ଔଷଧ ଯୋଗାଇବା, ମେଡ଼ିକାଲ ସମସ୍ତ କୋଠାରେ ଅଗ୍ନି ନିର୍ବାହ (Fire safety)କୁ ପ୍ରସ୍ତୁତ ରଖାଯିବା, ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସମସ୍ତ ପ୍ରକାର ସମସ୍ୟା, ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବା ଆଦି ୧୧ଦଫା ଉପସ୍ଥାପନ କରାଯିବା ସହ ଘଣ୍ଟଯାତ୍ରା ଶୋଭାଯାତ୍ରାରେ ମେଡ଼ିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଯାଇ ସେଠାରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଆଜିର ଏହି ବିକ୍ଷୋଭରେ ସୁଧୀର ରାଉତ, ଇ. ଟି. ରାଓ, ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିରାକାର ନାୟକ, ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ସବିତା ସାହୁକାର, ରୋନାଲି ପାଣିଗ୍ରାହୀ, କେ. ଏନ. ରାଣୀ,କେ. ଶ୍ରୀନିବାସ ରାଓ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଏସ. ସlମ୍ବଶିବା ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ମାଗୁଣି ନାହାକ, କବିରାଜ ସାହୁ, ସlଲ୍ଲl. କେଶବ ଲିଙ୍ଗମ, ଆର. ସତ୍ୟ ନାରାୟଣ ରାଓ, ହୃଷିକେଶ ପାତ୍ର, ସୁବାଷ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ନାଥ ପଣ୍ଡା, ଗୁପ୍ତେଶ୍ୱର ଷଡ଼ଙ୍ଗୀ,ମଣ୍ଡଳ ରାଇତ, ମନୋଜ କୁମାର ତରାଇ, ବିଷ୍ଣୁ ପ୍ରସାଦ ପଣ୍ଡା, ରବୀନ୍ଦ୍ର କୁମାର ନାୟକ, ଅଭିଷେକ ସାହୁ, ବିନୋଦ କୁମାର ସାବତ, ବିରେନ କୁମାର ବେହେରା, ରାମହରୀ ନାହାକ, ଜଟେଶ୍ୱର ସାବତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


..................

ଉନ୍ନତମାନର ଚିକିତ୍ସା ଉପକରଣ ସହିତ ରାଜ୍ୟରେ ଡ଼ାକ୍ତରଖାନା ସଂଖ୍ୟା ବଢିଥିଲେ ମଧ୍ୟ ଏସବୁର ଉପଯୁକ୍ତ ଉପଯୋଗ ବା ରୋଗୀ ମାନଙ୍କୁ ଉକ୍ତ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଡ଼ାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କର ଘୋର ଅଭାବ ରହିଛି ।ଏହାର ସୁଯୋଗ ନେଇ ଘରୋଇ ଡ଼ାକ୍ତରଖାନା ଗୁଡ଼ିକ ରୋଗୀମାନଙ୍କୁ ଶୋଷଣ କରୁଥିବା ବେଳେ ସାଧାରଣ ଲୋକେ ନିଜର ଚିକିତ୍ସା ପାଇଁ ନକଲୀ ଡ଼ାକ୍ତର ବା ଗୁଣିଆ ଆଦିଙ୍କର ଶରଣ ନେଉଛନ୍ତି । 


କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କାହିଁକି ଆଦର୍ଶ କରିପାରୁ ନାହିଁ, ତା’ ଉପରେ ବ୍ୟାପକ ସମୀକ୍ଷା ହେବା ଆବଶ୍ୟକ ।ଅଯଥା ରାଜନୈତିକ ହସ୍ତକ୍ଷେପ ଓ ପ୍ରଶାସନିକ ଅପାରଗତା ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଗଲାଣି ।


ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜ୍ ଖୋଲା ଯାଉଛି ।ବହୁ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।ଏଥିସହ ସାଧାରଣ ଲୋକଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇ ରୋଗୀଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ-ଉନ୍ନତ ଚିକିତ୍ସା ଉପକରଣ ଉପଲବ୍ଧ କରା ଯାଉଛି ।ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ।ଅନେକ ପ୍ରକାରର ଔଷଧପତ୍ର ମାଗଣାରେ ଯୋଗାଇ ଦିଆଯାଉଛି । ଗର୍ଭବତୀ ମା’ ଓ ଶିଶୁ ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ପ୍ରତିଷେଧକ ଟୀକାକରଣ କରାଯାଉଛି ।ରୋଗୀମାନଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ପହଂଚାଇବା ପାଇଁ ଆମ୍ବୁଲାନ୍ସ ସେବା ପ୍ରଚଳନ ହେଉଛି ।ସାଧାରଣ ଲୋକଙ୍କ ପାଇଁ ଏମିତି ବହୁ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ ।



https://socialnewsodiaofficial.blogspot.com