16/MAY/2022
📌
BY: SRINIBASH ROUT
ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତରେ ଏପରି ଏକ ଗ୍ରାମ ଅଛି, ଯେଉଁ ଗାଁକୁ ଆଦୌ ରାସ୍ତାଟିଏ ନାହିଁ ।ଗ୍ରାମର ନାମ ଡଙ୍ଗିଝୋଲା ।ପନ୍ଦର ଟି ପାରିବାରର ପ୍ରାୟ ୬୦ ଜଣ ବସବାସ କରନ୍ତି ।ପଚାଶ ବର୍ଷ ଧରି ଲୋକେ ବାସ କରୁଥିଲେ ମଧ୍ୟ ଗ୍ରାମକୁ ରାସ୍ତାଟିଏ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଲାଞ୍ଜିଗଡ଼ ଠାରୁ ଅଢ଼େଇ କିଲୋମିଟର୍ ଏବଂ ବେଦାନ୍ତ ଆଲୁମିନା ପ୍ରକଳ୍ପ ଠାରୁ ମାତ୍ର ୫୦ ମିଟର୍ ଦୂରରେ ଗ୍ରାମଟି ଅବସ୍ଥିତ ।
ନିର୍ବାଚନ ସମୟରେ ଲୋକ ପ୍ରତିନିଧି ମାନେ ଭୋଟ ମାଗିବା ପାଇଁ ସେହି ଗାଁକୁ ଚାଲି କରି ଯାଇଥାନ୍ତି ।ରାସ୍ତା କଥା କହିଲେ ନିର୍ବାଚନ ସରିଲା ପରେ କରିବା ବୋଲି ଲୋକଙ୍କୁ ଭଣ୍ଡେଇ ଥାଆନ୍ତି ।ତାପରେ ଆଉ କାହାରି ଦେଖା ମିଳେ ନାହିଁ ।ବିଡ଼ିଓ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ସେ ଗାଁକୁ ଅନେକ ଥର ଯାଇଛନ୍ତି ।ସେମାନଙ୍କ ନିକଟରେ ରାସ୍ତା ପାଇଁ ଅଭିଯୋଗ କରିଛନ୍ତି ।କିନ୍ତୁ ପ୍ରଶାସନ, ସରପଞ୍ଚ କିମ୍ବା ବେଦାନ୍ତ କମ୍ପାନୀ କେହି ବି ଗ୍ରାମ ଲୋକଙ୍କ କଥାରେ କର୍ଣ୍ଣପାତ କରୁନାହାନ୍ତି ।ମୁଖ୍ୟ ରାସ୍ତାଠାରୁ ମାତ୍ର ଦୁଇଶ ମିଟର ଦୂରରେ ଗ୍ରାମଟି ଥିଲେ ମଧ୍ୟ ଏବଂ ବିଭିନ୍ନ ସମସ୍ୟାରେ ପଡ଼ି ଲୋକେ ହନ୍ତସନ୍ତ ହେଉଥିଲେ ବି କାହାରି ଦୃଷ୍ଟି ପଡ଼ୁନାହିଁ ।କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସଟିଏ ଯିବାର ସୁବିଧାନ ଥିବା ଯୋଗୁଁ ଅନେକ ସମୟରେ ଅଘଟଣ ଘଟୁଛି ।ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ତେଣୁ ସେହି ଗ୍ରାମକୁ ଶୀଘ୍ର ରାସ୍ତାର ସୁବିଧା କରିବା ପାଇଁ ଗ୍ରାମବାସୀ ଦୃଢ଼ ଦାବୀ କରୁଛନ୍ତି ।ଯଦି ସେମାନଙ୍କ ଦାବୀକୁ ଅଣଦେଖା କରାଯାଏ, ତାହେଲେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
https://socialnewsodiaofficial.blogspot.com
0 Comments