02-MAY-2022
📌
BY: SRINIBASH ROUT
ମୋଷ୍ଟ ୱାଣ୍ଟେଡ ହାର୍ଡ କୋର ମାଓବାଦୀଙ୍କ ଆତ୍ମସମର୍ପଣ ।କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମୋଷ୍ଟ ୱାଣ୍ଟେଡ ମାଓବାଦୀ ଲଖମାନ ଆପକା ।ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଓ ଓଡ଼ିଶା ମାଓ ସଂଗଠନ ରେ ଏରିଆ କମାଣ୍ଡର ଭାବରେ କାର୍ଯ୍ୟକରି ଆସୁଥିବା ଲଖମାନ ।କଳାହାଣ୍ଡି ଜିଲ୍ଲାରେ ବଂଶଧାର ଘୁମୁସର ନାଗାବଳୀ ସିପିଆଇ ମାଓ ସଙ୍ଗଠନରେ ଦୀର୍ଘ ୧୧ ବର୍ଷ ଧରି ୫ ଟି ବଡ଼ ଧରଣର ଘଟଣାର ରେ ସାମିଲ୍ ଥିଲେ।କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ ଲଖମାନ ଆପକା। ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଓ ଓଡ଼ିଶା ମାଓ ସଂଗଠନ ରେ ଏରିଆ କମାଣ୍ଡର ଭାବରେ କାର୍ଯ୍ୟକରି ଆସୁଥିବା ଲଖମନ କଳାହାଣ୍ଡି ଜିଲ୍ଲାରେ ବଂଶଧାର ଘୁମୁସର ନାଗାବଳୀ ସିପିଆଇ ମାଓ ସଙ୍ଗଠନରେ ଦୀର୍ଘ ୧୧ ବର୍ଷ ଧରି ୫ ଟି ବଡ଼ ଧରଣର ଘଟଣାର ରେ ସାମିଲ୍ ଥିଲେ।
ସରକାରଙ୍କ ପକ୍ଷରୁ ତାଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ହେଲେ ରବିବାର ୦୧ ତାରିଖ ଲଖମନ ଆପକା କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଦିଆଜି ରାକେଶ ପଣ୍ଡିର, ସିଆରପିଏଫ୍ କମାନଡେଣ୍ଟ ବିପ୍ଳବ ସରକାର, କଳାହାଣ୍ଡି ଏସ୍.ପି ଶ୍ରବଣ ବିବେକ ଉପସ୍ଥିତ ଥିଲେ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଆଜି ରାକେଶ ପଣ୍ଡିତ କହିଛନ୍ତି ଯେ ଗତ କିଛି ଦିନ ତଳେ କଳାହାଣ୍ଡି ପୋଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇ ଙ୍କ ବିଭାଗକୁ ଦେଖି ଲଖମନ ଆପକା ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।
••••••••••••••••••••
ରାଜ୍ୟ ସରକାରଙ୍କ ଉତ୍ତମ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଯୋଗୁଁ ଓଡ଼ିଶାର ଅନେକ ମାଓବାଦୀ ଯେଉଁମାନେ ପଡ଼ୋଶୀ ଛତିଶଗଡର ମୂଳ ବାସିନ୍ଦା ଅଟନ୍ତି ସେମାନେ ମଧ୍ୟ ବିଭିନ୍ନ ଜିଲ୍ଲାର ଓଡିଶାରେ ଆତ୍ମସମର୍ପଣ କରୁଛନ୍ତି।
https://socialnewsodiaofficial.blogspot.com
0 Comments