20/MAY/2022


📌


BY: SRINIBASH ROUT

ବାଲେଶ୍ୱର ସହର ସ୍ଥାନୀୟ ଷ୍ଟେସନ କ୍ଲବରେ ନର୍ଥ ଓଡ଼ିଶା ବିଦ୍ୟୁତ୍ ଗ୍ରାହକ ସଂଘ ପକ୍ଷରୁ ସଂଘର ଆବାହକ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉର୍ଜାମିତ୍ର ମାଧ୍ୟମରେ ସେବା ଉପଲବ୍ଧ ହେଉନଥିବା, ସେକ୍ସନ୍ ୱାଇଜ୍ ନିଃଶୁଳ୍କ ନମ୍ବର ନଦେଇ ବିଲ୍ ମାଧ୍ୟମରେ ନିଃଶୁଳ୍କ ନମ୍ବର ଦେବା, ମିଟର ରିଡିଂ ୨୦ ।୨୫ଦିନ ମଧ୍ୟରେ ନେଉଥିବାରୁ ବର୍ଷକୁ ୧୩ ।୧୪ ଥର ବିଲ୍ ଦିଆଯାଉଛି ।ଏହି ଏନର୍ଜି ଚାର୍ଜ ପାଇଁ ମାସକୁ ଥରକରୁ ଅଧିକା ବିଲ୍ ଦିଆଯାଉଛି ।ଏଭଳି ବ୍ୟବସ୍ଥା ତୁରନ୍ତ ବନ୍ଦ୍ କରାଯାଉ ।ପ୍ରୋଭିଜନାଲ୍ ବିଲ୍‌ର ବୈଧତା କ’ଣ? କେଉଁ ଆଧାରରେ ଏହାର ନିରୂପଣ କରାଯାଉଛି? ଯାହାର ବ୍ୟବହାର କମ୍ ତାର ପ୍ରୋଭିଜନାଲ ବିଲ୍ କାହିଁକି ୩ ଗୁଣା ଆସୁଛି, ନୂଆ ବିଦ୍ୟୁତ୍ ସଂଯୋଗରେ ପଇସା ନେଇ କ’ଣ ପାଇଁ ମାସ ମାସ ଧରି ସଂଯୋଗ କରାଯାଉନି? ଆପତ୍ତି ଅଭିଯୋଗ ସେକ୍ସନ ୱାରୀ ପ୍ରତି ସପ୍ତାହରେ କରାଯାଉ ।ଓଡ଼ିଶାରେ ବିଦ୍ୟୁତ୍ ବଳକା ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କଲା ପରେ କାହିଁକି ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି, ମିଟର ରିଡିଂ ଯେଉଁମାନଙ୍କର ୫ ।୬ ମାସରେ ଥରେ ହେଉଛି ସେମାନେ ରିହାତି କେମିତି ପାଇବେ? ଡୋର କଲେକସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ ଏବଂ ଏନର୍ଜି ବିଲ୍‌ର ସରଳୀକରଣ କରିବା ପ୍ରସଙ୍ଗ ଆଦି ଉଠାଇ ଟିପିଏନ୍‌ଓଡିଏଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସଂଘର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।


ଆଇନଜୀବୀ ବିଜୟ ପାଣିଗ୍ରାହୀ, ଯୁବନେତା ବିକ୍ରମ ପଣ୍ଡା, ଶ୍ରଦ୍ଧାଞ୍ଜଳି ରାୟ, ନିଶିଥ କୁମାର ବାରିକ, ଅୟନ ସେନ, ସୁଖମୟ ଦାସ, ରଘୁନାଥ ଲେଙ୍କା, ନିକୁଞ୍ଜ କିଶେଶର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଟିପିଏନ୍‌ଓଡିଏଲ୍‌ର ଏହି ଗ୍ରାହକ ସମ୍ୱନ୍ଧୀୟ ସମସ୍ୟା ବାବଦରେ ପୂର୍ବରୁ ଜିଲ୍ଲାପ୍ରଶାସନ ତଥା ସ୍ଥାନୀୟ ଲୋକ ପ୍ରତିନିଧି ଏପରିକି ରାଜ୍ୟ ସରକାରଙ୍କୁ ବହୁବାର ଅବଗତ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଗାମୀ ୧୫ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆନଗଲେ ସଂଘ ଜନସାଧାରଣଙ୍କୁ ଏକଜୁଟ୍ କରାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ  କରାଯିବ ବୋଲି ଚେତାବନୀ ଦେଇଛନ୍ତି । 


ଖବରଦାତା ସମ୍ମିଳନୀରେ ଡା. ଶାନ୍ତନୁ ଦାସ, ସିପ୍ରା ବାଜପେୟୀ, ବାଦଲ କର, ମହମ୍ମଦ ଇକବାଲ୍ ଖାନ, ଗଙ୍ଗାଧର ରାଉତ, ପାର୍ଥସାରଥୀ କର, ବୀରକିଶୋର ଦାସ, ଜୟଶ୍ରୀ ବିଶ୍ୱାଳ, ପ୍ରତିମା ପଣ୍ଡା, ତାପସ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ଏଣୁ ଉପଭୋକ୍ତାଙ୍କୁ ଏହା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ଉପଭୋକ୍ତାମାନେ କହିଛନ୍ତି।


..........................

ତେବେ ନିକଟରେ ଶ୍ରୀ ସରକାର କହିଛନ୍ତି ଯେ, ଏବେ ଆଉ ବିଜୁଳି କାଟ୍ ସମସ୍ୟା ହେବ ନାହିଁ ।ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ ।ଦିନ ସମୟରେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ ।ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେଣ୍ଟେନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡ଼ୁଛି। ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ ।ଅତ୍ୟଧିକ ବିଲ୍ ଆସୁଥିବା ନେଇ ଅଭିଯୋଗ ଆସୁଛି। ତାହା ଠିକ ନୁହେଁ ।ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ପଇସା ନେଉ ନାହୁଁ ।ଟାଟା କମ୍ପାନୀ ବିଶ୍ୱରେ ଏକ ବିଶ୍ଵସନୀୟ କମ୍ପାନୀ ଭାବେ ଜାଣିଛନ୍ତି ।ତେଣୁ ଆମେ କୌଣସି ବେନିୟମ କାମ କରିବୁ ନାହୁଁ ବୋଲି ଶ୍ରୀ ସରକାର କହିଛନ୍ତି।




https://socialnewsodiaofficial.blogspot.com