13/MAY/2022


📌


BY: SRINIBASH ROUT

ସ୍ଥାନୀୟ ରାଜାବଗିଚା ମ୍ୟୁନିସିପାଲ ସିଟି ହାଇସ୍କୁଲ୍ ଖେଳ ପଡ଼ିଆରେ ଗତକାଲି ଅର୍ଥାତ୍ ଗୁରୁବାର ୧୨ ତାରିଖ କଟକ ଜୁନିୟର୍ ପ୍ରିମିୟର ଲିଗ୍ ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ କଟକ ମହାନଗର ନିଗମ ଅନ୍ତର୍ଗତ ୫୯ଟି ୱାର୍ଡରୁ ୧୬ଟି ବଛାବଛା ଟିମ୍ ଅଂଶଗ୍ରହଣ କରିଛନ୍ତି। ଯୁବ କ୍ରିକେଟର୍‌ମାନଙ୍କୁ ଉତ୍ସାହିତ କରିବା ସକାଶେ ଏହି ଟୁର୍ଣ୍ଣାମେଣ୍ଟ୍‌ଟି ପୂର୍ବରୁ ଆୟୋଜିତ ହୋଇଆସୁଥିଲେ କରୋନାଜନିତ କଟକଣା କାରଣରୁ ଗତ ଦୁଇ ବର୍ଷ ହେଲା ଏହା ଆୟୋଜିତ ହୋଇପାରି ନ ଥିଲା। ଚଳିତ ବର୍ଷ କଟକଣା ଉଠିଯାଇଥିବାରୁ ଦୁଇ ବର୍ଷ ବ୍ୟବଧାନ ପରେ ଟୁର୍ଣ୍ଣାମେଣ୍ଟ୍ ପ୍ରତ୍ୟାବର୍ତ୍ତନ କରିଛି। ବିଶିଷ୍ଟ କ୍ରିକେଟର ନାଗେଶ୍ୱର ସେଠୀଙ୍କ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ୍‌ଟି ଆୟୋଜିତ ହୋଇଛି।



https://socialnewsodiaofficial.blogspot.com