23/MAY/2022
📌
BY: SRINIBASH ROUT
ଅଷ୍ଟମରୁ ନବମ କ୍ଲାସରୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସାଇକେଲ୍ ବାବଦ ଅର୍ଥ ଯାଇଛି ।ପିଲା ସ୍କୁଲ୍ କ୍ୟାମ୍ପସ ମାଡ଼ିନାହାନ୍ତି। ସାଇକେଲ୍ କିଣିଛନ୍ତି କି ନାହିଁ ତାହାର ବି ଖୋଜ ଖବର ନାହିଁ। ଏବାବଦ ମିଳିଥିବା ଅର୍ଥ ସେମାନେ କ’ଣ କଲେ ତାହା ବି କାହାକୁ ଜଣାନାହିଁ। ସାଇକେଲ୍ ବାବସରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ୍ ଆସି ନଥିବା ନେଇ ଡିଇଓଙ୍କ ରିପୋର୍ଟ ମିଳିବା ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି ।ଏବର୍ଷ ନିଷ୍ପତ୍ତି ହୋଇଛି ଯେ ପିଲା ସ୍କୁଲକୁ ଆସିଲେ ହିଁ ସାଇକେଲ୍ ପାଇବେ। ନାମ ଲେଖାଇ ସ୍କୁଲ୍ ଆସୁ ନ ଥିଲେ ସାଇକେଲ୍ ବାବଦ ଅର୍ଥ ପ୍ରଦାନ କରାଯିବ ନାହିଁ। ସାଇକେଲ୍ ଅର୍ଥ ବଣ୍ଟନ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ପିଲାଙ୍କ ତଥ୍ୟ ଭଲ ଭାବେ ଯାଞ୍ଚ୍ କରିବେ। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦେଉଛନ୍ତି ତାହା କେତେ ଠିକ୍? ସବୁ ପିଲା ସ୍କୁଲ୍ ଆସୁଛନ୍ତି ନା କାଗଜ କଲମରେ ନାଁ ଲେଖାଯାଇ ସାଇକେଲ୍ ଅର୍ଥ ନେଉଛନ୍ତି ସେନେଇ ତୃଣମୂଳସ୍ତରର ଅନୁଧ୍ୟାନ କରିବେ। ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ପରେ ହିଁ ପିଲାଙ୍କୁ ସାଇକେଲ୍ ବାବଦ ଅର୍ଥ ଦିଆଯିବ। ତା’ ପୂର୍ବରୁ ନବମ ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କ ତଥ୍ୟ ମାଗିଛି ଗଣଶିକ୍ଷା ବିଭାଗ। ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ କେଉଁ ସ୍କୁଲ୍ ରେ କେତେ ପିଲା ନାମ ଲେଖାଇଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଚଳିତ ଆର୍ଥିକ ବର୍ଷରେ ସାଇକେଲ୍ ବାବଦରେ ପାଖାପାଖି ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି ।
ଅନ୍ୟ ପକ୍ଷରେ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପିଲାଙ୍କୁ ସାଇକେଲ୍ ପାଇଁ ଦିଆଯାଉଥିବା ଅର୍ଥରେ ବଜାରରେ ସାଇକେଲ ମିଳୁନାହିଁ ।ବଜାରରେ ସାଇକେଲ ମୂଲ୍ୟ ୪୦୦୦ ଥିବା ବେଳେ ସରକାର ଦେଉଛନ୍ତି ମାତ୍ର ୨୬୦୦ ଟଙ୍କା ।ପିଲା ସାଇକେଲ୍ କିଣିବା ପରେ ଫେ୍ଧଙ୍କ ଉଠାଇ ତାହା ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଉଛି ।ଯେଉଁ ପିଲାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ସାଇକେଲ୍ ପାଇଁ ଆଉ ଟଙ୍କା ଆଣିବ କେଉଁଠୁ ତାହା ବଡ଼ ପ୍ରଶ୍ନ ?
(ସାଇକେଲ୍ ବାବଦ ଅର୍ଥ ବଣ୍ଟନ ପୂର୍ବରୁ ୟୁଡାଇଜ୍ କୋଡ୍ରେ ପିଲାଙ୍କ ନାମ ଅଛି କି ନାହିଁ, ଆଧାର କାର୍ଡ ଓ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଭଲ ଭାବେ ଯାଞ୍ଚ୍ କରାଯିବ । ଜୁନ୍ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି)
https://socialnewsodiaofficial.blogspot.com
0 Comments