26/MAY/2022
📌
BY: SRINIBASH ROUT
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଅର୍ଥାତ୍ ଗୁରୁବାର ୨୬ ତାରିଖଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁନ୍ ୨ ଶେଷ ତାରିଖ ରହିଛି ।ଏହାପରେ ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ୍ କରାଯିବ ।ଜୁନ୍ ୬ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ଜୁନ୍ ୧୩ ତାରିଖରେ ହେବ ରାଜ୍ୟ ସଭା ଉପନିର୍ବାଚନ ବା ମତଦାନ ।
ସୂଚନା ଥାଉ କି, ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡ଼ିଛି ଗୋଟିଏ ଆସନ ।ତେବେ ବିଜେଡ଼ି ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର ରହିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
https://socialnewsodiaofficial.blogspot.com
0 Comments