24/MAY/2022


📌


BY: SRINIBASH ROUT

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଝିଞ୍ଜିରୀଗୁଡ଼ା ପଞ୍ଚାୟତ କିରାମା ଗ୍ରାମରେ ରାଜ୍ୟ ସରକାର ଗର୍ଭବତୀ ପ୍ରସ୍ତୁତି ଓ ଶିଶୁଙ୍କ ଶାରୀରିକ ତଥା ମାନସିକର ବିକାଶ କରିବା ପାଇଁ ପ୍ରତି ଗାଁ ରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛନ୍ତି।  ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ବରାଦ କରୁଛନ୍ତି।  ହେଲେ କେତେକ ଅଙ୍ଗନୱାଡ଼ି କେନ୍ଦ୍ର ଅଧାପନ୍ତରିଆ ହୋଇ ପଡ଼ିରହିଛି ତ ଆଉ କେତେକ କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ପିଲାମାନେ କାହାର ବାରଣ୍ଡାରେ ତ ଆଉ କେତେକ କେନ୍ଦ୍ର ରେ ଖୋଲା ଆକାଶ ତଳେ। ଅସ୍ୱାସ୍ଥ୍ୟକର ପରିବେଶରେ ବସିବା ଓ ଭୋଜନ ଗ୍ରହଣ କରିବା ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝିଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିରାମା ଅଙ୍ଗନବାଡ଼ି କେନ୍ଦ୍ରରେ ।ଦୁଇ ବର୍ଷ ପୂର୍ବେ ଏହି କେନ୍ଦ୍ର ଖୋଲାଯାଇଛି ହେଲେ ଘର କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଘରର ଚଟାଣ ପ୍ଳାଷ୍ଟର ହୋଇନଥିବାରୁ ମାଟି ଲିପି ପିଲା ବସୁଛନ୍ତି ।ଏମିତିକି କବାଟ ଝରକା ମଧ୍ୟ ଲାଗି ନାହିଁ ।ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ କାହାର ଦୃଷ୍ଟି ପଡ଼ୁ ନଥିବାରୁ କାମ ସାରୁ ନାହିଁ ।ପିଲାମାନେ କେତେବେଳେ ଗଛ ତଳେ ପଢ଼ୁଛନ୍ତି ତ ଆଉ କେତେବେଳେ ଗ୍ରାମର କଠଘରେ। ବର୍ଷା ହେଇଗଲେ ଅଙ୍ଗନୱାଡ଼ି କାର୍ଯ୍ୟ ସମ୍ପୂର୍ଣ ବନ୍ଦ୍ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏହି ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ସମ୍ପୂର୍ଣ କରିବାକୁ ଦାବି ହେଉଛି ।କୋମଳମତି ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।




https://socialnewsodiaofficial.blogspot.com