14-MAY-2022


📌


BY: SRINIBASH ROUT

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ବ୍ଲକ୍ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା ।ସୁଚନା ମୁତାବକ ସ୍କୁଲ୍‌ର ୧୬ ଡିସିମିଲ୍ ଜମି ସେହି ଗ୍ରାମର କୁଲୁଥୁ ସଗଡିଆଙ୍କ ନାମରେ ଅଛି, କିନ୍ତୁ ସେ ୨୦୧୧ ରେ ବିଦ୍ୟାଳୟ ତିଆରି କରିବା ପାଇଁ ଦାନ ଦେଇଥିଲେ ଏବଂ ତା’ ବଦଳରେ ତାଙ୍କ ପରିବାରକୁ ସ୍କୁଲ୍ ଏବଂ ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ୧୫ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ଦୀର୍ଘ ୧୧ ବର୍ଷ ପରେ ସ୍କୁଲକୁ ଯାଇ କୁଲୁଥୁ ସରକାରୀ ବିଦ୍ୟାଳୟରେ ଝୁଲୁଛି ତାଲା। ବିଚ୍ ରାସ୍ତାରେ ଚାଲିଛି ପାଠ ପଢ଼ା ।ସଗଡିଆଙ୍କ ତିନି ପୁଅ ମନନିଧି ସଗଡିଆ। ମଦନ ସଗଡିଆ ଏବଂ ଗଙ୍ଗା ସଗଡିଆ ସରକାରୀ ସ୍କୁଲରେ ତାଲା ପକାଇଥିଲେ ଫଳରେ ଛାତ୍ରୀଛାତ୍ର ମାନେ ରାସ୍ତାରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । 


ଏହାକୁ ନେଇ ଶିକ୍ଷକ ଏବଂ ଅଭିଭାବକ ମାନେ ଅସୋନ୍ତୋଷ ପ୍ରକାଶ କରିଛନ୍ତି ।ତାଲା ପକାଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ବିଦ୍ୟାଳୟକୁ ଲାଗି ଏକ ପାଚେରି କାମ ଚାଲିଛି କିନ୍ତୁ ତାଙ୍କୁ ସେ କାମ ନଦେଇ ଅନ୍ୟମାନେ କରୁଥିବାରୁ ଆମେ ତାଲା ପକାଇଛୁ ବୋଲି କହିଥିଲେ ।ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ନିଜ ନିଜର ସ୍ଵାର୍ଥ ପାଇଁ ସରକାରୀ ଶିକ୍ଷା ଅନୁଷ୍ଠାନକୁ ବନ୍ଦ୍ କରି ପିଲା ମାନଙ୍କ ପାଠପଢ଼ା କୁ ବାଧା ପହଞ୍ଚାଇବା କେତେ ଦୂର ଠିକ୍ ? ଏଥିପ୍ରତି ପ୍ରସାଶନ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।



https://socialnewsodiaofficial.blogspot.com