28/MAY/2022


📌


BY: SRINIBASH ROUT

ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଗ୍ରାମର ଲୋକଙ୍କ ବିତୁଷ୍ଠା ମନୋଭାବ ରହିଛି ।ଅନ୍ୟପଟେ ଅଭିଯୋଗ ଆଣିଲେ ଡ଼ାକ୍ତରଙ୍କ ଦାଦାଗିରି ସହ ନାଲି ଆଖି । ଗତକାଲି ଅର୍ଥାତ୍ ଗୁରୁବାର ୨୬ ତାରିଖ ଏହି ଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିକଟସ୍ଥ ଗ୍ରାମବାସୀ ।ବାରମ୍ବାର ଡ଼ାକ୍ତରଙ୍କ ମନମୁଖୀ କାର୍ଯ୍ୟ ଓ ମେଡ଼ିକାଲକୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟଙ୍କ ସହ ଖରାପ ବ୍ୟବହାର କୁ ନେଇ ଡ଼ାକ୍ତରଙ୍କୁ ଘେରିବା ସହ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଖଲିଙ୍ଗି ଗ୍ରାମବାସୀ । 


ଖବର ଅନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡା ଗ୍ରାମରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ସକାଳ ସମୟରେ ଡ଼ାକ୍ତରଙ୍କ ଅଶ୍ଳୀଳ ଭାଷା ଏବଂ ମନମୁଖୀ କାର୍ଯ୍ୟକୁ ନେଇ ଖଲିଙ୍ଗି ଗ୍ରାମବାସୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାନଖେମୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଗ୍ରାମବାସୀଙ୍କ ସୂଚନା ମୁତାବକ ଗୁରୁବାର ଅର୍ଥାତ ତା ୨୬/୫/୨୨ ରିଖ ସକାଳ ସମୟରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଆଦିତ୍ୟ ଲେଙ୍କା ନାମକ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସ୍ଥାନୀୟ ବାସୀ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।କିନ୍ତୁ ଉକ୍ତ ସମୟରେ କାର୍ଯ୍ୟରତ ଡ଼ାକ୍ତର ସତୀଶ କୁମାର ପାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ନଥିବା ଵେଳେ ବିଳମ୍ବରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଉକ୍ତ ସ୍ଥାନରେ ଥିବା ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷା କହିବା ସହ ଦୁର୍ବ୍ୟବହାର କରିଥିଲେ ।ତେବେ ଏହି ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶତାଧିକ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଡ଼ାକ୍ତର ସତୀଶ କୁମାର ପାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।


ତେବେ ଏଠାରେ ମୁଖ୍ୟ ବିଷୟ ଏହିକି ଯେ ଆଖପାଖ ଅଞ୍ଚଳ ଯଥା ସାନଖେମୁଣ୍ଡି ବ୍ଲକ୍, ଦିଗପହଣ୍ଡି ବ୍ଲକ୍ ଏବଂ ଶେରଗଡ଼ ବ୍ଲକର ଶତାଧିକ ରୋଗୀ ଏହି ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଆସୁଥିବା ବେଳେ ଡ଼ାକ୍ତରଙ୍କ ଏହିଭଳି ମନମୁଖୀ କାର୍ଯ୍ୟକଳାପକୁ ଗ୍ରାମବାସୀ ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।




https://socialnewsodiaofficial.blogspot.com