29/MAY/2022
📌
BY: SRINIBASH ROUT
ନନ୍ଦନକାନନରେ ଏକ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି। ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ ।ନନ୍ଦନକାନନ କର୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।ଚିକିତ୍ସାରେ ବିଳମ୍ବ ଏବଂ ଅବହେଳା ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।ସିଂହୀ ବ୍ୟବଚ୍ଛେଦ ଏମ୍ସ ଦ୍ୱାରା କରିବାକୁ ଦାବି କରାଯାଇଛି ।ଗତକାଲି ଅର୍ଥାତ୍ ଶନିବାର ୨୮ ତାରିଖ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ୨୭ ତାରିଖ ସଂଧ୍ୟାରେ ସିଂହୀଟିକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା ।ସାପଟି କାମୁଡ଼ିବା ପରେ ତାର ଚିକିତ୍ସା କରାଯାଉଥିଲା ।ହେଲେ ଗତକାଲି ଅର୍ଥାତ୍ ଶନିବାର ୨୮ ତାରିଖ ଚିକିତ୍ସାଧୀନ ଅବସ୍ଥାରେ ସିଂହୀଟିର ମୃତ୍ୟୁ ହୋଇଥିଲା। ସିଂହୀ ଖୁଆଡ଼ ନମ୍ବର ୨୯ (ଖ)ରେ ରହୁଥିଲା ଏହି ସିଂହୀ । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣାଯାଇଥିଲା ।
ସିଂହୀ ଗଙ୍ଗାର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ ସିଂହ ସଂଖ୍ୟା ୧୭ରେ ସ୍ଥିର ରହିଛି ।
https://socialnewsodiaofficial.blogspot.com
0 Comments