03-MAY-2023
📌
BY: SRINIBASH ROUT
କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ ।ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଥିଲେ ବିଜୟ ପ୍ରଧାନ। ବିଜୟଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଥିଲେ ବିଜୟ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ସ୍ବାଭାବର ବ୍ୟକ୍ତି ଥିଲେ ।ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ ବୋଲି ଶୋକବାର୍ତ୍ତାରେ ସେ ଜଣାଇଛନ୍ତି ।ତାଙ୍କ ବିୟୋଗ ସମଗ୍ର ମହାକାଳପଡ଼ା ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ।ଦେହ ଅସୁସ୍ଥ ଥିବାରୁ ବିଜୟ ଗତ ଦୁଇଦିନ ହେବ ଭୁବନେଶ୍ବରସ୍ଥିତ ବାସଭବନରେ ରହୁଥିଲେ ।ତେବେ ବିଳମ୍ବିତ ରାତିରେ ତାଙ୍କର ଏପରି ମୃତ୍ୟୁ ଖବର ସମସ୍ତଙ୍କୁ ସ୍ବବ୍ଧ କରି ଦେଇଛି ।
https://socialnewsodiaofficial.blogspot.com
0 Comments