30/MAY/2022
📌
BY: SRINIBASH ROUT
ଉଦ୍ଧାର କର୍ମଚାରୀମାନେ ନେପାଳ ଏୟାରଲାଇନ୍ସ ଟାରା ଏୟାର ବିମାନର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ୧୪ ଟି ମୃତଦେହ ଉଦ୍ଧାର କରିଛନ୍ତି। ଏକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି ।ନେପାଳର ସେନା ସୋମବାର କହିଛି ଯେ ରବିବାର ୨୯ ତାରିଖ ସକାଳେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବିମାନର ଧ୍ୱଂସାବଶେଷ ଉତ୍ତର-ପଶ୍ଚିମ ନେପାଳର ମୁସ୍ତାଙ୍ଗ ଜିଲ୍ଲାର ଥାସଙ୍ଗ-୨ ର ସାନୋସୱେୟାରରୁ ମିଳିଛି। ପ୍ରାୟ ୨୦ ଘଣ୍ଟା ଧରି ବିମାନଟି ନିଖୋଜ ଥିଲା ।ଟାରା ଏୟାରର ‘ଟ୍ୱିନ୍ ଓଟର୍ ୯ଏନ୍-ଏଇଟି’ ବିମାନ ରବିବାର ସକାଳ ପ୍ରାୟ ୧୦ ଟା ସମୟରେ ପୋଖରାରୁ ଉଡ଼ାଣ ଭରିଥିଲା ।କିନ୍ତୁ ୧୫ ମିନିଟ୍ ପରେ ଏହାର କଣ୍ଟ୍ରୋଲ୍ ଟାୱାର ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା ।ବିମାନରେ ମୋଟ ୨୨ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରେ ଚାରି ଜଣ ଭାରତୀୟ, ଦୁଇ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳୀ ନାଗରିକ ମଧ୍ୟ ଥିଲେ।
ବିମାନ କମ୍ପାନୀ ପକ୍ଷରୁ ଜାରି ଯାତ୍ରୀଙ୍କ ତାଲିକା ଅନୁଯାୟୀ ବିମାନରେ ଥିବା ଭାରତୀୟଙ୍କ ପରିଚୟ ମିଳିଛି ।ଏମାନେ ସମସ୍ତେ ଓଡ଼ିଆ ଓ ଗୋଟିଏ ପରିବାରର ଥିଲେ। ଏମାନେ ହେଲେ ଅଶୋକ କୁମାର ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଏବଂ ଦୁଇ ପିଲା – ଧନୁଷ ତ୍ରିପାଠୀ ଏବଂ ରିତିକା ତ୍ରିପାଠୀ ।ଅଶୋକ ସୋନପୁରର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ଶ୍ବଶୁର ଘର ମୁମ୍ବାଇରେ ।ସେ ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ ।ପତ୍ନୀ ବୈଭବୀ ପୁଅ ଓ ଝିଅ ସହ ମୁମ୍ବାଇରେ ତାଙ୍କ ବାପା ଘରେ ରହୁଥିଲେ। ଅଶୋକଙ୍କ ପରିବାର ସେ ୨୬ ତାରିଖରେ ନେପାଳ ଗସ୍ତରେ ଯାଇଥିଲେ ।
https://socialnewsodiaofficial.blogspot.com
0 Comments