19/MAY/2022


📌


BY: SRINIBASH ROUT

ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ମିଳିତ ଭାବେ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା ।ଏହି ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଆଣ୍ଟି ସିପ୍ ମିଶାଇଲ ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)। DRDO ପକ୍ଷରୁ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦିଆଯାଇଛି।


ଏହି କ୍ଷେପଣାସ୍ତ୍ର ପୂର୍ବ ନିର୍ଦ୍ଧାରିତ ପଥରେ ଅଗ୍ରସର ହୋଇଥିଲା ଏବଂ ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।ସମସ୍ତ ସିଷ୍ଟମର କାର୍ଯ୍ୟଦକ୍ଷତାକୁ ସନ୍ତୋଷଜନକ ବୋଲି ବର୍ଣ୍ଣନା କରି ଡିଆର୍‌ଡିଓ କହିଛି ଯେ ପରୀକ୍ଷଣ ପରିସରରେ ସେନ୍ସର ସ୍ଥାପନ କରାଯାଇଥିଲା ଏବଂ କ୍ଷେପଣାସ୍ତ୍ରର ଟ୍ରାଜେକ୍ଟୋରୀ ଉପରେ ନଜର ରଖାଯାଇଥିଲା। କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ରେ ଆତ୍ମନିର୍ଭରଶୀଳ ତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତୀୟ ନୌସେନା ର ସ୍ବଦେଶୀକରଣ ପ୍ରତିବଦ୍ଧତାକୁ ଏହା ପୁଣିଥରେ ପ୍ରମାଣିତ କରିଛି ବୋଲି ନୌସେନା ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


୧ - ଏହି ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ଚାନ୍ଦିପୁରରେ ଡିଆର୍‌ଡିଓ ଦ୍ୱାରା କରାଯାଇଛି ।


୨ - ନୌସେନା ଏକ ସେକିଂ ହେଲିକପ୍ଟରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରଥମ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରିଛି।



https://socialnewsodiaofficial.blogspot.com