12
MAY/2022
📌
BY: SRINIBASH ROUT
ଆଇଏଏସ୍ ଅଫିସର୍ ପୂଜା ସିଙ୍ଘଲ ଗିରଫ। ସେ ମନରେଗା ଅର୍ଥର ହେରଫର, ଆୟରୁ ଅଧିକ ସମ୍ପତ୍ତି ଠୁଳ ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲେ ।ମଙ୍ଗଳବାର ୧୦ ତାରିଖ ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚରା କରାଯାଇଥିଲା। ଏହାପରେ ରାତିରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା। ଜେରା ବେଳେ ଇଡି ମନରେଗା ଅର୍ଥ ହେରଫେର ପଛରେ ତାଙ୍କର ହାତ ଥିବା ଜାଣିବାକୁ ପାଇଥିଲା। ଏଥିପାଇଁ ବୁଧବାର ୧୧ ତାରିଖ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ପୂଜା ସିଙ୍ଘଲଙ୍କ ସହ ତାଙ୍କ ସ୍ୱାମୀ ଅଭିଷେକ ଝା ଏବଂ ସି.ଏ. ସୁମନ କୁମାରଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା ।ନିକଟରେ ଇଡି ପୂଜା ସିଙ୍ଘଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସହ ରାଞ୍ଚିରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡି ୧୯ କୋଟିରୁ ଅଧିକ ନଗଦ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇଥିଲା। ଏହି ପ୍ରସଙ୍ଗରେ ଇଡି ତଦନ୍ତ ଜାରି ରଖିଛି ।ପୂଜା ୨୦୦୭ରୁ ୨୦୧୩ ଯାଏ ଚତ୍ରା, କୁନ୍ତି ଓ ପାଲାମୁର ଡେପୁଟି କମିଶନର/ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାମ କରିଥିଲେ।
ମନେରଗା ଯୋଗଜନାରେ ହୋଇଥିବା ୧୮ କୋଟି ଟଙ୍କାର ଦୁର୍ନୀତି ଘଟଣାର ଯାଞ୍ଚ୍ କରୁଥିବା ଇଡି ଗତ ଶୁକ୍ରବାର ଝାରଖଣ୍ଡ ସମେତ ଆଉ ୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ସର୍ଚ୍ଚ ଅପରେସନ ବେଳେ ମିଳିଥିବା ନଗଦ ଟଙ୍କା ଦେଖି ଇଡିର ଅଧିକାରୀମାନେ ଜଳକା ହୋଇଯାଇଥିଲେ। ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ବିଡ଼ା ଆକାରରେ ରହିଥିଲା। ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ୍ ଅଣା ଯାଇଥିଲା।
ଏହାପୂର୍ବରୁ ଇଡି ତତ୍କାଳୀନ ସେକ୍ସନ ଅଫିସର୍ ଓ କୁନ୍ତିର ଜୁନିୟର ଇଞ୍ଜିନିୟର ରାମ ବିନୋଦ ପ୍ରସାଦ ସିହ୍ନାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା। ଝାରଖଣ୍ଡ ଭିଜିଲାନ୍ସ ବ୍ୟୁରୋ ତାଙ୍କ ନାଁରେ ୧୬ଟି ଏଫଆଇଆର ରୁଜୁ କରିବା ପରେ ଏପରି ଗିରଫଦାରୀ ହୋଇଥିଲା। ୨୦୦୭-୨୦୦୮ରେ ରାମ ବିନୋଦ ମନେରଗା ପାଣ୍ଠିରୁ ୧୮ କୋଟି ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଥିଲା।
https://socialnewsodiaofficial.blogspot.com
0 Comments