19/MAY/2022
📌
BY: SRINIBASH ROUT
ଗୋପାଳପୁର ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ବା ଦୁଇ ଜଣ ଅସମାଜିକ ବ୍ୟକ୍ତି ।ଗୋପାଳପୁର ଥାନା ପୋଲିସ ରାତିରେ ପାଟ୍ରୋଲିଂ ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ଯେ ଦୁଇ ଜଣ ଅସମାଜିକ ବ୍ୟକ୍ତି ବ୍ରହ୍ମପୁର ସହର ଉପକଣ୍ଠ ଆମ୍ୱପୁଆ ଇନକମ୍ ଟାକ୍ସ ଅଫିସ୍ ନିକଟରେ ବୋମା ଓ ପିସ୍ତଲ ଧରି ତାଙ୍କରି ଶତ୍ରୁଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଛନ୍ତି ।ଏନେଇ ବ୍ରହ୍ମପୁର ସଦର ଏସଡିପିଓ (SDPO) ଶିବଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଗୋପାଳପୁର ଥାନା ଅଧିକାରୀ ଓ ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଓ ଚେକିଂ କରିବା ସହ ସଂପୃକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁହିଁଙ୍କୁ କାବୁ କରାଯାଇଥିଲା।
ତେବେ ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ୍ ଜବତ୍ କରିଛି ପୋଲିସ। ଗିରଫ ଦୁଇଜଣ ଯୁବକ ହେଲେ ବ୍ରହ୍ମପୁର ଉପକଣ୍ଠ ଆମ୍ୱପୁଆ ଖଣ୍ଡିଆ ସାହିର କହ୍ନେଇ ସେଠୀ (୩୧) ଓ ଗଣେଶ ରେଡ୍ଡୀ (୩୪) ।ଗଣେଶ ରେଡ୍ଡୀ ନାମରେ ଗୋପାଳପୁର ଥାନାରେ ୯ ଟି ଭିନ୍ନ ଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ କହ୍ନେଇ ପଶ୍ଚିମବଙ୍ଗ ହୁଗୁଳିରେ ଏକ ହତ୍ୟା ମାମଲାରେ ଜଡ଼ିତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗିରଫ ହୋଇଥିବା ଦୁଇ ଅପରାଧୀ କେଉଁ ଠାରୁ ଓ କାହାଠାରୁ ଏହି ଦେଶୀ ପିସ୍ତଲ ବା ବନ୍ଧୁକ ଆଣିଥିଲେ ସେ ନେଇ ପୋଲିସର ଅଧିକା ତଦନ୍ତ ଜାରୀ ରହିଥିବା ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି ଶ୍ରବଣ ବିବେକ୍ ଏମ୍ ସୂଚନା ଦେଇଛନ୍ତି ।ଗୋପାଳପୁର ଥାନାରେ ଏ ନେଇ କେଶ୍ ନମ୍ବର ୮୭ / ୨୦୨୨ ରୁଜୁ ହୋଇଛି।
https://socialnewsodiaofficial.blogspot.com
0 Comments