05-MAY-2022


📌


BY: SRINIBASH ROUT

କଳାରାହାଙ୍ଗ ପ୍ରାଣୀଧନ ନୀରିକ୍ଷକ ଘରେ ଭିଜିଲାନ୍ସ ଟିମ ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ।କଟକ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଇଛି ।ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ୍ ହୋଇଛନ୍ତି। ଜଗନ୍ନାଥ ରାଉତଙ୍କର ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଅବସ୍ଥିତ ଆବାସିକ ଘର, ରଘୁନାଥପୁର ଗ୍ରାମରେ ଅବସ୍ଥିତ ତିନି ମହଲା କୋଠା, ଭୁବନେଶ୍ୱର ଗୋବିନ୍ଦା ଭବନର ଗାଁ ରଘୁନାଥପୁର ପଛପଟେ ଅବସ୍ଥିତ ତିନି ମହଲା କୋଠା, ରଘୁନାଥପୁର ରେ ଅବସ୍ଥିତ ତାଙ୍କର ଦୁଇ ମହଲା କୋଠା, ରଘୁନାଥପୁର ରେ ଅବସ୍ଥିତ ଗାଁ ପୋଖରୀ ନିକଟରେ ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍, ଭୁବନେଶ୍ୱରର କଲରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କି ର ଚାରିଘରିଆରେ ଥିବା ଘର ଉବରେ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସମ୍ପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ। ସମ୍ପତ୍ତିର ସଠିକ ମୂଲ୍ୟ ଚଢ଼ାଉ ଉ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।



https://socialnewsodiaofficial.blogspot.com