23/MAY/2022
📌
BY: SRINIBASH ROUT
ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି। ଆଜି ଅର୍ଥାତ୍ ସୋମବାର ୨୩ ତାରିଖ ଶରତଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି। ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଘୋଷମା କରିଛନ୍ତି ।
ଶରତ ପଟ୍ଟନାୟକ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ ।ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC ।ଦ୍ୱିତୀୟ ଥର ପାଇଁ ସେ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ।
ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା ।ଏନେଇ କଂଗ୍ରେସର ଚିନ୍ତନ ଶିବିର ବୈଠକ ମଧ୍ୟ ହୋଇଥିଲା ।ରାଜ୍ୟର ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାର ଓଡିଶା ଗସ୍ତରେ ଆସିଥିଲେ ।ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ୍ ଦାଖଲ କରିବେ ବୋଲି କହିଥିଲେ ।ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ ।ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ ।ସମସ୍ତଙ୍କୁ ଏକ୍ଜୁଟ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ପରାମର୍ଶ ମଧ୍ୟ ଦେଇଥିଲେ ।
ସୂଚନା ଥାଉକି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା ।ତେବେ ଏହାକୁ ମଧ୍ୟ ଗୃହୀତ କରାଯାଇଥିବା AICC ପକ୍ଷରୁ କୁହାଯାଇଛି ।
ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୪ ଯାଏଁ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କ ଉପରେ ଭରସା କରିଛନ୍ତି ହାଇକମାଣ୍ଡ ।ଦୀର୍ଘ ୧୮ ବର୍ଷ ପରେ ଏବେ ଶରତ ପଟ୍ଟନାୟକ ପୁଣି ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି। ତେବେ ପରେ ରାଜ୍ୟ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଆଗାମୀ ଦିନରେ ସୁଧୁରିବ ନା ଅଧିକ ବିଗିଡ଼ିବ ତାକୁ ନେଇ ଆଶଙ୍କା ଦେଖାଦେଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବା ରାଜନୀତିକ ମହଲରେ ଆକଳନ କରାଯାଉଥିଲେ ମଧ୍ୟ ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହୋଇଛି ।
https://socialnewsodiaofficial.blogspot.com
0 Comments