04-MAY-2022


📌


BY: SRINIBASH ROUT

ଆଇପିଏଲ ୧୫ତମ ସିଜନର ପ୍ଲେ ଅଫ ମୁକାବିଲା ଏଥର ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ ।ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ୍ ପୁଣେରେ ଆୟୋଜିତ ହେବ ।ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏକ ସାକ୍ଷାତକାର ରେ ଏ ନେଇ ସୂଚନା ଦେଇଛନ୍ତି ।କୋଲକାତା ଇଡେନଗାର୍ଡେନରେ ମେ ୨୪ରେ କ୍ଲାଲିଫାୟର ୧ ଓ ୨୫ରେ ଏଲିମିନେଟର ମୁକାବିଲା ଆୟୋଜିତ ହେବ ।ଏହି ସମସ୍ତ ମ୍ୟାଚ୍ କୁ ଷ୍ଟାଡିୟମରେ ଦର୍ଶକ ଉପଭୋଗ କରିପାରିବେ ।ଅହମ୍ମଦାବାଦରେ ମେ ୨୭ରେ କ୍ୱାଲିଫାୟର ୨ ଓ ୨୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।ପୁଣେ ମହିଳା ଟି୨୦ର ଆୟୋଜକ ହେବ ।ପୂର୍ବରୁ ଏହା ଲକ୍ଷ୍ନୌରେ ହେବ ବୋଲି ସ୍ଥିର ହୋଇଥିଲା ।ମେ ୨୩, ୨୪ ଓ ୨୬ରେ ୩ଟି ଯାକ ମ୍ୟାଚ୍ ଖେଳାଯିବା ପରେ ୨୮ରେ ଫାଇନାଲ ମ୍ୟାଚ୍ ଖେଳାଯିବ । 


ସୂଚନାଯୋଗ୍ୟ, ମହିଳା ଚ୍ୟାଲେଞ୍ଜର୍ସରେ ଟ୍ରେଲବ୍ଲେଜର୍ସ, ସୁପରନୋଭାଜ ଓ ଭେଲୋସିଟି ନାମକ ୩ଟି ଟିମ୍ ଖେଳୁଛନ୍ତି। ୨୦୧୮, ୨୦୧୯ରେ ସୁପରନୋଭାଜ ଟାଇଟଲ ଜିତିଥିବା ବେଳେ ୨୦୨୦ ଟ୍ରେଲବ୍ଲେଜର୍ସ ଚାମ୍ପିୟନ ହୋଇଥିଲା। ୨୦୨୧ରେ କରୋନା ମହାମାରୀ ଯୋଗୁଁ ଏହା ଆୟୋଜିତ ହୋଇ ନ ଥିଲା ।


ଚଳିତବର୍ଷ ମୋଟ୍ ତିନିଟି ଟିମ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗନେବେ ଏବଂ କେତେକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଏଥିରେ ଦେଖିବାକୁ ମିଳିବ ।ଆଗାମୀ ୨୦୨୩ରୁ ୬ଟି ଟିମ୍‌କୁ ନେଇ ପୂର୍ଣ୍ଣକାଳୀନ ମହିଳା ଆଇପିଏଲ୍ ଆରମ୍ଭ ସକାଶେ ଚିନ୍ତା କରୁଛି ବୋଲି ଗତ ମାର୍ଚ୍ଚ ମାସରେ ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଥିଲା ।



https://socialnewsodiaofficial.blogspot.com