22/MA/2022


📌


BY: SRINIBASH ROUT

ଗରିବ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି ।କମିବ ରୋଷେଇ ଗ୍ୟାସ୍ ଦର ।ପେଟ୍ରୋଲ ଡ଼ିଜେଲ୍ ଦର କମିବା ସହିତ କମିବ ଗ୍ୟାସ୍ ଦର ।ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଦର କମାଇଛନ୍ତି ସରକାର ।ସିଲିଣ୍ଡର୍ ପିଛା ଦର ୨୦୦ ଟଙ୍କା କମାଇବାକୁ ନିଷ୍ପତ୍ତି ନିଆଯାଇଛି ।ଏଥିରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟି ଉପଭୋକ୍ତା ଲାଭବାନ ହେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସୀତାରାମଣ କହିଛନ୍ତି ଯେ ପ୍ଲାଷ୍ଟିକ ଉତ୍ପାଦଗୁଡ଼ିକ ପାଇଁ ଆମେ କଞ୍ଚାମାଲ ଏବଂ ମଧ୍ୟସ୍ଥିମାନଙ୍କ ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ହ୍ରାସ କରୁଛୁ ଯେଉଁଠାରେ ଆମର ଆମଦାନୀ ନିର୍ଭରଶୀଳତା ଅଧିକ ବୃଦ୍ଧି ପାଇବ। କିଛି ଇସ୍ପାତ କଞ୍ଚାମାଲ ଉପରେ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ ପାଇବ। ନିର୍ଦ୍ଦିଷ୍ଟ ଇସ୍ପାତ ଦ୍ରବ୍ୟ ଉପରେ ରପ୍ତାନି ଶୁଳ୍କ ଆଦାୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠାରୁ କେନ୍ଦ୍ରରେ ପିଏମ ମୋଦୀଙ୍କ ସରକାର ଆସିଛି ସେବେଠୁ ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛି। ଆମେ ଗରିବ ଏବଂ ମଧ୍ୟମ ବର୍ଗକୁ ସାହାଯ୍ୟ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ। ବଢିଚାଲିଥିବା ମୁଦ୍ରାସ୍ପୀତିକୁ କମାଇବାକୁ ରିଜର୍ଭ ବ୍ୟାଙ୍କ୍ ଚଳିତ ମାସ ଆରମ୍ଭରେ ସୁଧହାର ବୃଦ୍ଧି କରିଥିଲା ।ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ଜନିତ ଜଟିଳ ସ୍ଥିତି ଲାଘବ ହେବା ଆଶା କରାଯାଉଛି ।




https://socialnewsodiaofficial.blogspot.com