12/MAY/2022


📌


BY: SRINIBASH ROUT

କଟକରୁ ମୋବାଇଲ୍ ଚୋରକୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିର ସରୋଜ ବେହେରା ।ସରୋଜ ଠାରୁ ମୋଟ୍ ୪୯ଟି ମୋବାଇଲ୍ ଜବତ୍ କରିଛି ଲାଲବାଗ ଓ ବିଡ଼ାନାସି ପୋଲିସ ।ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ୍ ଲୁଟ୍ କରୁଥିବା ପୋଲିସ କହିଛି ।ସରୋଜ କେବେ ଠାରୁ ଏହି ଚୋରିକାମରେ ନିୟୋଜିତ ହୋଇଥିଲା। ଆହୁରି କେତେ ମୋବାଇଲ୍ ଚୋରି କରିଥିଲା ଓ ସେଗୁଡ଼ିକ କାହା ପାଖରେ ବିକ୍ରି କରଥିଲା ପୋଲିସ ତଦନ୍ତ କରିବ। ତେବେ ଏଣିକି ସହର ବିଭିନ୍ନ ଥାନା ପଡ଼ି ରହିଥିବା ମୋବାଇଲ୍ ଚୋରୀ ଓ ହଜିବା ମାମଲା ଗୁଡ଼ିକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡ଼ିସିପି (DCP) ପିନାକ ମିଶ୍ର ।



https://socialnewsodiaofficial.blogspot.com