04-APRIL-2022
📌
BY: SRINIBASH ROUT
ସାଉଥ୍ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସ ହାଇକୋର୍ଟ ରେ ଜାଲ୍ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ କୋର୍ଟଙ୍କ ପକ୍ଷରୁ ଧନୁଷଙ୍କୁ ସମନ୍ ଜାରି କରାଯାଇଛି। ମାଡ୍ରାସ ର ଏକ ଦମ୍ପତ୍ତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଆସୁଥିବା ବେଳେ ଏନେଇ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଧନୁଷଙ୍କୁ ନିଜ ପୁଅ ବୋଲି ଦାବି କରୁଥିବା ଦମ୍ପତ୍ତିଙ୍କ ନାମ ହେଲା କାଥିରେସନ ଓ ତାଙ୍କ ସ୍ତ୍ରୀ ମିନାକ୍ଷୀ ।ଉଭୟଙ୍କ ଅଭିଯୋଗ କ୍ରମେ ଧନୁଷ ସେମାନଙ୍କ ତୃତୀୟ ସନ୍ତାନ।ଏହି ମାମଲା ଗତ କିଛି ବର୍ଷ ପୂର୍ବରୁ ଚାଲିଛି ।ଏବେ ଏହି ମାମଲା ପାଇଁ ଧନୁଷଙ୍କୁ କୋର୍ଟଙ୍କ ପକ୍ଷରୁ ସମନ୍ ଜାରି କରାଯାଇଛି ।
ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି କେସ୍ କରିଥିବା ଦମ୍ପତ୍ତି କାଥିରେସନ ଆଉ ମିନାକ୍ଷୀ ଧନୁଷଙ୍କ ନିଜ ପୁଅ ବୋଲି ଦାବି କରୁଛନ୍ତି ।ଏପରିକି କାଥିରେସନ କୋର୍ଟରେ ଏହି ସମ୍ବନ୍ଧରେ ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ।ଦୀର୍ଘ ୫ ବର୍ଷ ହେଲା ଏହି ମାମଲା କୋର୍ଟରେ ଅଛି ।ହେଲେ ଧନୁଷ ଏହି ଦମ୍ପତିଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଦାବିକୁ ଖାରଜ କରି ସାରିଛନ୍ତି। ୨୦୧୭ରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍ ପକ୍ଷରୁ ମାମଲା ଖାରଜ କରାଯାଇଥିଲା। ଆଉ ଏବେ ପୁଣି କାଥିରେସନ (Kathiresan) ଓ ମିନାକ୍ଷୀ (Meenakshi) ଏହି ପ୍ରସଙ୍ଗକୁ ଉଠାଇଛନ୍ତି ।କେବଳ ଏତିକି ନୁହେଁ ଏହି ମାମଲାର ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ।
ଧନୁଷ ଜନ୍ମଗତ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବା ପରେ ସମସ୍ତ ଦସ୍ତାବିଜ ଜାଲ୍ ବୋଲି କୋର୍ଟରେ ଦମ୍ପତି ଅଭିଯୋଗ କରିଥିଲେ। ଧନୁଷ କୋର୍ଟରେ ଜାଲ୍ ପ୍ରମାଣପତ୍ର ଦାଖଲ କରିବା ନେଇ କୌଣସି ପ୍ରମାଣ ନଥିବା କହି ୨୦୨୦ରେ କୋର୍ଟ ଏହି ମାମଲାକୁ ଖାରଜ କରିଥିଲେ।
ତେବେ ରିପୋର୍ଟ୍ ଅନୁଯାୟୀ ୨୦୨୦ରେ କୋର୍ଟ ଦେଇଥିବା ରାୟକୁ ଧନୁଷଙ୍କ ପ୍ରକୃତ ବାପା ବୋଲି ଦାବି କରୁଥିବା କାଥିରେସନ ମାଡ୍ରାସ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ଅଭିନୟ ଜଗତରେ ନିଜ କ୍ୟାରିୟର ଗଢ଼ିବା ପାଇଁ ଧନୁଷ ଚେନ୍ନାଇ ପଳାଇ ଯାଇଥିଲେ ।ଏଥିସହ ଧନୁଷ ତାଙ୍କ ନାଁ ପରିବର୍ତ୍ତନ କରିଥିବା ଉକ୍ତ ଦମ୍ପତ୍ତି ଅଭିଯୋଗ କରିଛନ୍ତି। ବହୁବାର କାଥିରେସନ (Kathiresan) ଏବଂ ମିନାକ୍ଷୀ (Meenakshi) ଧନୁଷଙ୍କୁ ଦେଖାକରିବା ପାଇଁ ଚେନ୍ନାଇ ଆସିଥିଲେ ହେଁ ସେମାନେ ତାଙ୍କୁ ଭେଟି ପାରି ନ ଥିଲେ। ଉକ୍ତ ଦମ୍ପତ୍ତି ନିଜ ଭରଣ ପୋଷଣ ବାବଦକୁ ମାସକୁ ୬୫ ହଜାର ଟଙ୍କା ମଧ୍ୟ ଦାବି କରିଛନ୍ତି ।ଦୀର୍ଘ ବର୍ଷ ଧରି ଏହି ମାମଲା ଚାଲିଆସିଥିବା ବେଳେ ଧନୁଷ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି ।
https://socialnewsodiaofficial.blogspot.com
0 Comments