22/MAY/2022
📌
BY: SRINIBASH ROUT
ପାଟଣାଗଡ଼ କେନ୍ଦୁପତ୍ର ଡ଼ିଭିଜନ ଗୌଡ଼ପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ କେନ୍ଦୁପତ୍ର ବିଭାଗର ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପାଲି, ସହକାରୀ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ଓ ପାଟଣାଗଡ଼ ଡିବିଜନର ଡିଏଫଓ ସୁରେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ। ପାଟଣାଗଡ଼ କେନ୍ଦୁପତ୍ର ଡ଼ିଭିଜନ ରେ ୨୬ ଜଣଙ୍କୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୧୦ଜଣଙ୍କୁ ମୁଖ୍ୟ ବନସଂରକ୍ଷକ ସୁଶୀଲ କୁମାର ପୋପାଲି ଚେକ୍ ପ୍ରଦାନ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦୁପତ୍ର ତୋଳାଳୀମାନେ ଦଶ ଟଙ୍କା ଦେଇ ରସିଦ କାଟିଥିବା ଟଙ୍କାରେ କଲ୍ୟାଣ ପାଣ୍ଠି ସଂଗ୍ରହ କରାଯାଇଥାଏ ଏବଂ ଯଦି ତୋଳାଳୀ ହେଉ କି ଶ୍ରମିକ ମାନଙ୍କ ଆକସ୍ମିକ ଭାବେ ମୃତ୍ୟୁ ବରଣ କରନ୍ତି କି ଦୁର୍ଘଟଣା ହୋଇ ଅକର୍ମଣ୍ୟ ହୋଇଯାଆନ୍ତି ସେମାନଙ୍କୁ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ମୁଖ୍ୟ ଅତିଥି ବନସଂରକ୍ଷକ ପୋପାଲି କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ଡିଭିଜନର ଜଗନ୍ନାଥ ଦାସ, ଫରେଷ୍ଟର ଅଜିତ ମେହେର, ହରିବଂଶ ପ୍ରଧାନ, ଜଳି ରଣା ଓ ସୁଦାମ ମିର୍ଧା ପ୍ରମୁଖ ଯୋଗ ଦେଇଥିଲେ ।
...................
ତେବେ ଚଳିତବର୍ଷ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପଇସା ବଢ଼ାଇଥିବାରୁ ଯୋଗୁଁ ତୋଳାଳୀମାନେ ଦୁଇ ପଇସା ଭଲ ମିଳିବା ଖୁସି ଅଛନ୍ତି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
https://socialnewsodiaofficial.blogspot.com
0 Comments