30/MAY/2022


📌


BY: SRINIBASH ROUT 

୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ଅର୍ଥାତ୍ ସୋମବାର ୩୦ ତାରିଖ ପ୍ରକାଶିତ ହୋଇଛି ।ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ବ ଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି ।କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ ଥିବାବେଳେ ମା ଗୀତା ଜଣେ ଗୃହିଣୀ ।ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର ।କାର୍ତ୍ତିକ ଜଣେ ମେଧାବୀ ଛାତ୍ର ରହିବା ସହ ଜଣେ ଆଇଏଏସ ହେବାର ଲକ୍ଷ୍ୟ ପିଲାଟି ଦିନରୁ ଥିଲା, ଯାହା ଆଜି ପୁରଣ ହୋଇଛି ।ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମଫିଲ କରୁଛନ୍ତି ।ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇତିହାସକୁ ଅପ୍ସନାଲ୍ ରଖିଥିଲେ ।ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପ୍ରତି ଧ୍ୟାନ ଦେବି ବୋଲି କାର୍ତ୍ତିକ୍ କହିଛନ୍ତି ।କାର୍ତ୍ତିକଙ୍କ ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଫଳାଫଳ ଆଜି ଅର୍ଥାତ୍ ସୋମବାର ପ୍ରକାଶ ପାଇଛି ।ସମୁଦାୟ ୬୮୫ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ଲୋକସେବା ଆୟୋଗ ‘ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରଟିଭ୍ ସର୍ଭିସ୍’, ‘ଇଣ୍ଡିଆନ୍ ଫରେନ୍ ସର୍ଭିସ୍’ ଏବଂ ‘ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍’ ଏବଂ ‘ସେଣ୍ଟ୍ରାଲ୍ ସର୍ଭିସେସ୍ ‘ଗ୍ରୁପ୍- ଏ’ ଓ ‘ଗ୍ରୁପ୍ ବି’ରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ତେବେ ଏହି ତାଲିକାରେ ୬୩ ରାଙ୍କ ପାଇ କାର୍ତ୍ତିକ ପାଣିଗ୍ରାହୀ ଓଡ଼ିଶା ଟପ୍ପର ହୋଇଥିବାବେଳେ ୮୬ ତମ ରାଙ୍କରେ ସୁନ୍ଦରଗଡ଼ର ଗୌରଭ ଅଗ୍ରୱାଲ, ପୂଜା ସାହୁ(୧୯୯), ବିଶ୍ୱ ବିଶୃତ ତ୍ରିପାଠୀ(୨୩୨), ସମୀର କୁମାର ଜେନା(୨୭୩), ସୌମ୍ୟରଞ୍ଜନ ପ୍ରଧାନ (୩୦୬), ହର୍ଷିତ ମେହେର (୩୭୬), ମାନସରଞ୍ଜନ ସାହୁ (୫୧୩) ତମ ସ୍ଥାନରେ ରହିଛନ୍ତି ।ସୂଚନା ଥାଉ କି ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍ ହୋଇଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନୀ ସିଙ୍ଗ୍ଲା ଓ ୪ର୍ଥ ସ୍ଥାନରେ ଐଶ୍ବର୍ଯ୍ୟ ବର୍ମା ରହିଛନ୍ତି।



ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଇଣ୍ଡିଆନ୍‌ ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସ୍‌, ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌, ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌ ଏବଂ ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ଗ୍ରୁପ୍‌- ଏ ଓ ଗ୍ରୁପ୍‌ ବିରେ ନିଯୁକ୍ତି ଦିଆଯିବାକୁ ସୁପାରିସ କରାଯାଇଛି  ।



https://socialnewsodiaofficial.blogspot.com