22/MAY/2022


📌


BY: SRINIBASH ROUT

ଆସନ୍ତା ଜୁନ୍ ମାସରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ଆଉ ମିଳିବନି ଗହମ ।୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ଏବେ ଠାରୁ ୧୦ ମାସ ଯାଏ ଗହମ ମିଳିବନି ।ଖାଉଟିଙ୍କୁ ଗହମ ବଦଳରେ ଚାଉଳ ମିଳିବ ।ତେବେ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଏବଂ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ଗହମ ଯୋଗାଇଥାନ୍ତି। ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ। ତେବେ ଗହମ ଯୋଗାଣ ବନ୍ଦ୍ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ। ଏବଂ ଅଟାର ଚାହିଦା ବଢିବା ଫଳରେ ଏହାର ଦାମ୍ ମଧ୍ୟ ହୁ ହୁ ହୋଇ ବୃଦ୍ଦି ପାଇପାରେ। ଓଡ଼ିଶାରେ ଅଧିକ ଲୋକେ ଭାତ ଖାଇବାକୁ ପସନ୍ଦ କରନ୍ତି। ତେବେ ପୁର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ଯୋଗାଣରୁ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। 


ଯଦିଓ କିଛି ଲୋକ ଗହମ ନ ମିଳିବା କାରଣରୁ ଭାତ ଖାଇବାକୁ ପସନ୍ଦ କରିବେ କିନ୍ତୁ ସେମାନଙ୍କ ସଂଖ୍ୟା ନିଶ୍ଚୟ କମ୍‌ ରହିବ ।ଫଳରେ ବଜାରରେ ଗହମରୁ ପ୍ରସ୍ତୁତ ଅଟା ଏବଂ ସୁଜିର ମୂଲ୍ୟରେ ନିଶ୍ଚିତ କିଛି ପରିମାଣର ବୃଦ୍ଧି ଘଟିବ ।ଏ ସମ୍ପର୍କରେ କଟକ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି, କେନ୍ଦ୍ର ଗହମ ଯୋଗାଣ ବନ୍ଦ୍ କରିଦେବା ଫଳରେ ଏହାର ପ୍ରଭାବ ନିଶ୍ଚିତ ଭାବରେ ବଜାର ଉପରେ ପଡ଼ିବ ।କିନ୍ତୁ ଏହା ଉପରେ ପ୍ରଶାସନର ନଜର ରହିବ ।ବଜାରରେ ଯେପରି ମନମୁଖି ଭାବେ ବ୍ୟବସାୟୀ ମୂଲ୍ୟ ଧାର୍ଯ୍ୟ ନ କରନ୍ତି ବା ଖାଉଟିଙ୍କୁ ଶୋଷଣ ନ କରନ୍ତି ସେଥିପ୍ରତି ବିଶେଷ ପଦକ୍ଷେପ ନିଆଯିବ ।



https://socialnewsodiaofficial.blogspot.com