20/MAY/2022
📌
BY: SRINIBASH ROUT
ମାଲବାହୀ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି ।ମା’ ଓ ଛୁଆ ସମେତ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି ।ଚିକିତ୍ସିତ ଅବସ୍ଥାରେ ଆଜି ଅର୍ଥାତ୍ ଶୁକ୍ରବାର ୨୦ ତାରିଖ ସକାଳେ ୩ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧିନସ୍ଥ ବାଂଶପାଣି ନିକଟରେ ୩ଟି ହାତୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଓ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି ।ଏସଂପର୍କରେ ଖବର ପାଇ ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ ।କିନ୍ତୁ ୩ଟି ହାତୀ ମୃତ୍ୟୁବରଣ କରିଥିବା ସ୍ଥାନରେ ଅନ୍ୟ ହାତୀମାନେ ଛିଡ଼ା ହୋଇ ରହିଥିଲେ ।ଫଳରେ ବନପାଳ ଶ୍ରୀଯୁକ୍ତ ପଣ୍ଡା ସେଠାରେ ପହଞ୍ଚି ପାରିନଥିଲେ ।ଆହାତ ହାତୀଙ୍କ ଚିକିତ୍ସା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ପାରୁନଥିଲା ।ହାତୀମାନେ ସେସ୍ଥାନ ଛାଡ଼ିଲା ପରେ ହିଁ ଯାହା କିଛି କରାଯାଇପାରିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
https://socialnewsodiaofficial.blogspot.com
0 Comments