06-MAY-2022
📌
BY: SRINIBASH ROUT
ସବୁ ଦିନ ଭଳି ଗୁରୁବାର ୦୫ ତାରିଖ ମଧ୍ୟ ପର୍ଯ୍ୟଟକ ମା’ ଙ୍କ ଦର୍ଶନ କରିବାକୁ ଯାଇଥିଲେ ହେଲେ ଦର୍ଶନ ସାରି ଫେରିବା ବାଟରେ ହଠାତ୍ ମାଡ଼ି ଆସିଥିଲା ଅନ୍ଧାରିଆ କଳା ବାଦଲ ଆଉ ତା ସାଙ୍ଗକୁ ତୀବ୍ର ଗତିର ପବନ। ସମୟ ପାଖା ପାଖି ଦିନ ୩.୩୦ ମିନିଟ୍, ଚିଲିକା ହ୍ରଦରେ ହଠାତ୍ କାଳ ବୈଶାଖୀ ଆସିବା ଯୋଗୁଁ ବାଲୁଗାଁ ନିକଟବର୍ତ୍ତୀ ମା’ କାଳିଜାଇ ଙ୍କ ପୀଠରୁ ଦର୍ଶନ କରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ ଡ଼ଙ୍ଗା ଟି ପବନର ବେଗକୁ ସମ୍ଭାଳି ନପାରି ପାଣିରେ ଓଲଟି ଯାଇଥିଲା ।ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଯାତ୍ରୀ ଥିଲେ। ୧୦ଜଣ ଯାତ୍ରୀ ଲାଇଫ୍ ଜ୍ୟାକେଟ ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ, ଆଉ ଜଣେ ନିଖୋଜ ଅଛନ୍ତି - ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି । ତେବେ ଉଦ୍ଧାର କରା ଯାଇଥିବା ଯାତ୍ରୀ ମାନେ ବାଲୁଗାଁ ସରକାରୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।ନିଖୋଜ ବ୍ୟକ୍ତି ଙ୍କୁ ଏବେ ବି ଖୋଜା ଚାଲିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍ ଚିଲିକା ବୁଲିବାକୁ ଯାଇଥିଲେ ।ସେମାନେ ଡ଼ଙ୍ଗା ବୁଡ଼ିବା ଅଞ୍ଚଳ ପାଖାପାଖି ବୁଲୁଥିଲେ ।ତେଣୁ ଡ଼ଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ ।ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।ସ୍ଥାନୀୟ ଲୋକ ଓ ଅନ୍ୟ ଡ଼ଙ୍ଗା ଚାଳକ ଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।
ସେହିପରି ବୁଧବାର ୦୪ ତାରିଖ କାଳ ବୈଶାଖୀର ପ୍ରଭାଵରେ ଚିଲିକାରେ ମାଛ ମରା ଡ଼ଙ୍ଗା ବୁଡିଥିଲା ।ଅଳ୍ପକେ ବର୍ତ୍ତିଥିଲେ ମତ୍ସ୍ୟଜୀବୀ। ଘଟଣା ଘଟିଥିଲା ଚିଲିକାର ୪ ନଂ କୁଦ ନିକଟରେ ।ସବୁ ଦିନ ଭଳି ଚିଲିକାରେ ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ଯାଇଥିଲେ ।ମାଛ ମାରିବା ପାଇଁ ଜାଲ ଖନ୍ଦା ବସାଇ ସାରିବା ପରେ ମତ୍ସ୍ୟଜୀବୀମାନେ ରାତି ପ୍ରାୟ ୯ଟା ସମୟରେ ଖାଇ ପିଇ ଡଙ୍ଗାରେ ବିଶ୍ରାମ ନେଉଥିଲେ ।ହଠାତ୍ ଚିଲିକା ମଧ୍ୟରେ ପବନର ବେଗ ବଢିବାରେ ଲାଗିଲା ।ପବନର ବେଗ ବେଳକୁ ବେଳ ବଢ଼ି ପ୍ରଳୟୀର ରୂପ ନେଲା। ଯାହା ଫଳରେ ଜାଲ ଗୁଡ଼ିକ ଭାଷି ଯିବା ସହ ଡ଼ଙ୍ଗା ଗୁଡ଼ିକରେ ପାଣି ପଶିବାକୁ ଲାଗିଲା ।ପାଣି ପଶିବା ଫଳରେ ଡ଼ଙ୍ଗା ଗୁଡ଼ିକ ଚିଲିକାରେ ବୁଡିବାକୁ ଲାଗିଲା ।ଫଳରେ ମତ୍ସ୍ୟଜୀବୀମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଭେଳା ପଟାକୁ ଆଶ୍ରା କରି ଚିଲିକାର ଅଥଳ ଜଳ ରାଶିରେ ପହଁରିବା କୁ ଲାଗିଲେ ।ମତ୍ସ୍ୟଜୀବୀମାନେ ନିରାପଦରେ ଘରକୁ ଫେରିଥିବା ବେଳେ ଅନେକ ମତ୍ସ୍ୟଜୀବୀମାନଙ୍କର ଡ଼ଙ୍ଗା ଏବେ ଚିଲିକାରେ ବୁଡ଼ି ରହିଥିବା ଜଣା ପଡ଼ିଛି ।
ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପାଣି ଦ୍ୱାର ଗ୍ରାମର ମତ୍ସ୍ୟଜୀବୀ ଅଶୋକ ବେହେରାଙ୍କର ଡ଼ଙ୍ଗା ବୁଡ଼ି ଯାଇଥିବା ଜଣା ପଡ଼ିଛି ।ପୁରୀ ଜିଲ୍ଲା ୪ନଂ କୁଦର ପଶ୍ଚିମ ପଟେ ଡଙ୍ଗାଟି ବୁଡ଼ି ରହିଥିଲା ପରେ ଉଦ୍ଧାର ହୋଇଛି।
https://socialnewsodiaofficial.blogspot.com
0 Comments