29/MAY/2022


📌


BY: SRINIBASH ROUT

ପୋଲିସ କବ୍‌ଜାରେ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ ।ପୁରୀ ସହରରେ ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ଏହି ଗ୍ୟାଙ୍ଗ ।ସେମାନଙ୍କଠାରୁ ୪ ଟି ବନ୍ଧୁକ, ୪ଟି ଗୁଳି, ୨ଟି ମୋବାଇଲ୍ ଫୋନ୍ ଓ ୨୫୦୦ ଟଙ୍କା ଜବତ୍ ହୋଇଛି ।ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଞ୍ଚଳ ରେଣ୍ଡାଗଡ଼ର ଋଷିଆ ଓରଫ ରତିକାନ୍ତ ପରିଡ଼ା ନାଁରେ ୭ଟି ମାମଲା ରହିଛି ।ଅନ୍ୟ ଅଭିଯୁକ୍ତମାନେ ହେଲେ ବିକ୍ରମ ପଣ୍ଡା, ଅଶୋକ ସାହୁ, ରୁଦ୍ର ପ୍ରସାଦ ରାଉତ, ହରିଶ୍ଚନ୍ଦ୍ର ପୃଷ୍ଟି, ଲୋକନାଥ ଦାଶ ଓ ରଞ୍ଜିତ ମହାନ୍ତି ।ପୁରୀ ସଦର, ଟାଉନ୍ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅପରାଧୀଙ୍କୁ ଗିରଫ କରାଯାଇଛି ।ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ ।ଏବର୍ଷ ବର୍ତ୍ତମାନ ସୁଦ୍ଧା ୧୬ଟି ବନ୍ଧୁକ ଜବତ୍ ହୋଇଥିବା ଏସ୍.ପି କେ. ବିଶାଲ ସିଂହ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


ଏମାନଙ୍କ ଆନ୍ତଃ ରାଜ୍ୟ ସଂପୃକ୍ତି ଥିବା ତଦନ୍ତ ସମୟରେ ଜଣାପଡ଼ିଛି। ପୁରୀରେ ନିକଟରେ ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।ଏହା ପୂର୍ବରୁ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କର ମଧ୍ୟ ଗୁଳିମାଡ଼ରେ ମୃତ୍ୟୁ ଘଟିଥିଲା । ଏହି ଦୁଇଟି ଘଟଣା ପରେ ସହରରେ ଅବାଧ ଚୋରା ବନ୍ଧୁକ କାରବାର ଚାଲିଥିବା ସ୍ପଷ୍ଟ ହୋଇଥିଲା ।ବନ୍ଧୁକ କେଉଁଠୁ ଆସୁଛି ତାର ତଦନ୍ତ ପାଇଁ ଏକ ୫ ଜଣିଆ ପୋଲିସ ଟିମ୍ ଗଠନ କରାଯାଇଥିଲା। 



https://socialnewsodiaofficial.blogspot.com