05-MAY-2022
📌
BY: SRINIBASH ROUT
ବୋତଲ ଅସଲି ହେଲେ ମଦ ନକଲି ।ସମ୍ବଲପୁରରେ ନକଲି ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ ।ସମ୍ବଲପୁର ଜିଲ୍ଲା ଦେଉଳବନ୍ଧ ଅଞ୍ଚଳରେ ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ କରି ଅବକାରୀ ବିଭାଗ ୭ ଜଣଙ୍କୁ ଗିରଫ କରିଛି ।ଦେଉଳବନ୍ଧର ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ନକଲି ମଦ ତିଆରି ହୋଇ ଆସୁଥିବା ନେଇ ଅଭିଯୋଗ ହେବା ପରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାରଣ ନକଲି ମଦ ସମେତ ବିଭିନ୍ନ ବ୍ରାଣ୍ଡ୍ର ଲେବୁଲ୍ ଜବତ କରିଛି ।ଏହା ସହ ପ୍ୟାକିଂ ମେସିନ୍, ମଦ ତିଆରି କେମିକାଲ ଏବଂ ମଦ ପ୍ରସ୍ତୁତି ରେ ବିଭିନ୍ନ ପ୍ରକାର ସରଞ୍ଜାମ ଜବତ କରିଛି ।ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ଅବକାରୀ ବିଭାଗ ଗିରଫ ବ୍ୟକ୍ତି ବିଶେଷଙ୍କ ନାଁ ପ୍ରକାଶ କରିନଥିବା ବେଳେ ଏମାନଙ୍କ ବିରୋଧରେ ଅବକାରୀ ଆକ୍ଟ ନିୟମାନୁସାରେ ମାମଲା ରୁଜୁ କରାଯାଇଛି ।
ନକଲି ବିଦେଶୀ ମଦ କମ୍ ପଇସାରେ ମିଳୁଥିବାରୁ ସାଧାରଣ ଲୋକେ ମଧ୍ୟ ଅନ୍ୟାୟ ରେ ସେବନ କରିଚାଲୁଥିଲେ।
https://socialnewsodiaofficial.blogspot.com
0 Comments