30/MAY/2022
📌
BY: SRINIBASH ROUT
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗାଁ ଠାରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ ର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି।ଏ.ଆଇ.କେ.କେ.ଏମ.ଏସ ର କୋରାପୁଟ ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଚାଷୀ ସମ୍ମିଳନୀରେ କୁନ୍ଦୁରା ବ୍ଲକ୍ ର ୧୧ ଗୋଟି ପଞ୍ଚାୟତର ଶତାଧିକ ଚାଷୀ ମାନେ ଯୋଗଦାନ କରିଥିବା ଜଣାପଡ଼ିଛି ।ଏସ.ୟୁ.ସି.ଆଇ ଜିଲ୍ଲା ସମ୍ପାଦକ କାହ୍ନୁ ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ଚାଷୀନେତା ରାମ ବାରିକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିଛନ୍ତି ।ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଥମେ ଚାଷୀ ମାନଙ୍କ ଆନ୍ଦୋଳନ ରେ ମୁତ୍ୟୁବରଣ କରିଥିବା ଚାଷୀ ମାନଙ୍କୁ ଗଭୀର ଶ୍ରଦ୍ଧା ଶ୍ରଦ୍ଧାଂଚଳି ପ୍ରଦାନ କରାଯାଇଥିଲା ।ଚାଷୀମାନଙ୍କୁ ସବୁ ସମୟରେ ସରକାର ଭୁୟା ବୁଲାଉଥିବା ବେଳେ ସଠିକ ସମୟରେ ସହଯୋଗ କରୁନଥିବାରୁ ତାହାକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନ କୁ ଜୋରଦାର ଭାବେ କରିବା ସହିତ ଚାଷୀ ମାନଙ୍କ ସମସ୍ତ ସୁବିଧା ଅସୁବିଧାରେ ସଂଗଠନ ପାଖରେ ଠିଆ ହୋଇ ହାତକୁ ହାତ ମିଶାଇ ସହଯୋଗ କରିବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ତାହା ସମସ୍ତ ବିଷୟବସ୍ତୁ କୁ ନେଇ ଆଲୋଚନା ମଧ୍ୟ କରାଯାଇଥିବାର ଜଣାପଡ଼ିଛି ।ଆସିଥିବା ଚାଷୀ ମାନଙ୍କୁ ନେଇ ଏକ ବ୍ଲକ୍ କମିଟି ଗଠନ କରାଯାଇଛି।
https://socialnewsodiaofficial.blogspot.com
0 Comments