18/MAY/2022
📌
BY: SRINIBASH ROUT
ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟଣ ତିଆରି କରିଛନ୍ତି ।ମାତ୍ର ପ୍ରଶାସନ ଓ ରାଜନୈତିକ ନେତା ମାନଙ୍କର ଦୂର ଦୃଷ୍ଟି ଅଭାବ ହେତୁ ପ୍ରକୃତ ହିତାଧିକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି ।ଏପରି ଏକ ସମ୍ବେଦନଶୀଳ ଦୃଶ୍ଯ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କନ୍ଧନୟାଗଡ ଗ୍ରାମପଞ୍ଚାୟତ ୬ ନଂ ୱାର୍ଡ଼ ରେ। ୬ ନଂ ୱାର୍ଡ଼ ର ରଘୁନାଥ ସାହୁ (୬୮) ଜଣେ ଗରିବ ନିରୀହ ଫେରିବାଲା। ଗାଁ ଗାଁ ରେ ବୁଲି ଫେରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ। କିନ୍ତୁ ବାର୍ଦ୍ଧକ୍ୟ ରେ ଉପନିତ ହେବାପରେ ଆଉ ଫେରି ବ୍ୟବସାୟକୁ ଯାଇ ପାରୁନାହାଁନ୍ତି। ଘରେ ତାଙ୍କ ସ୍ତ୍ରୀ ସୀତା ସାହୁ (୬୪) ମଧ୍ୟ ବାର୍ଦ୍ଧକ୍ୟ ରେ ଉପନିତ। ୨ ପୁଅ ସେମାନେ ମୁଲ ମଜୁରୀ ଲାଗି ସେମାନଙ୍କ ପରିବାର ପୋଷୁଛନ୍ତି। ହେଲେ ବୃଦ୍ଧ ରଘୁନାଥ ଓ ସୀତା ଏବେ ବେସାହାରା। ରଘୁନାଥ ଙ୍କ କହିବା ଅନୁଯାଇ ୨୦୧୭ ମସିହା ଓ ୨୦୧୯ ମସିହାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। ୨୦୨୧ ମସିହାରେ ମଧ୍ୟ ଅନ୍ ଲାଇନରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ବାର୍ଦ୍ଧକ୍ୟ ଭତ୍ତା ନପାଇ ଏବେ ହତାଶ - ଏ ସର୍ମ୍ପକ ରେ ରଣପୁର ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନୀ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବୃଦ୍ଧ ରଘୁନାଥ ଓ ସୀତା କେହିବି ଅନଲାଇନ୍ ରେ ଆବେଦନ କରିଥିବା ଜଣାପଡୁନାହିଁ। ଆମ୍ଭେ ସରପଞ୍ଚ ଙ୍କୁ କହିଛୁ ପୁଣି ଥରେ ତାଙ୍କ ଠାରୁ କାଗଜପତ୍ର ଆଣି ଆବେଦନ କରିବା ପାଇଁ। ତେବେ ଦେଖିବାକୁ ବାକି ରହିଲା ଏହି ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଉଚିତ୍ ନ୍ୟାୟ ମିଳିବା ସଙ୍ଗେ ସଙ୍ଗେ ବର୍ଷବର୍ଷ ଧରି ଲାଗିରହିଥିବା ସାମାଜିକ ସୁରକ୍ଷା କେବେ ମିଳୁଛି।
https://socialnewsodiaofficial.blogspot.com
0 Comments