29/MAY/2022
📌
BY: SRINIBASH ROUT
ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ବେଳେ ଚଢ଼ାଉ। କଟକରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ ହେଉଥିବାର ଅଭିଯୋଗ ହେବାପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ସିଏମସି (CMC) ।କଟକ ଶଙ୍କରପୁରରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଗତକାଲି ଅର୍ଥାତ୍ ଶନିବାର ୨୮ ତାରିଖ ଚଢ଼ାଉ କରିଛି ସିଏମସି ଟିମ୍ ।ଖବର ଅନୁଯାୟୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଶନିବାର ସକାଳେ ସିଏମସି (CMC) ଅଚାନକ ଚଢାଉ କରିଥିଲା। ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଦୂଷିତ ପାଣିରେ ଗୁପଚୁପ୍ ତିଆରି ହେଉଥିବା ମଧ୍ୟ ଯାଞ୍ଚ୍ ବେଳେ ଧରାପଡ଼ିଛି ।ଏକାଧିକ ସ୍ଥାନରେ ବାସୀ ଆଳୁ, ପିଆଜ ଚିହ୍ନଟ କରାଯାଇଛି ।ଏପରିକି ବହୁତ ଦିନ ତଳର ଗୁପଚୁପ୍ ଖୋଳ ସିଏମସି କର୍ମଚାରୀଙ୍କ ହାତରେ ଲାଗିଥିବାରୁ ସବୁ ଫୋପଡ଼ା ଯାଇଛି ।ବେପାରୀମାନେ ଅନେକ ଦିନର ଖଟା ପାଣି ରଖିଥିବା ସୁଚନା ମିଳିଛି ।ଏଥିସହ ସିଏମସି ପକ୍ଷରୁ ବ୍ୟବସାୟୀଙ୍କ ପରିବାରକୁ କଡ଼ା ତାଗିଦ୍ କରାଯାଇଛି ।
https://socialnewsodiaofficial.blogspot.com
0 Comments