22/MAY/2022


📌


BY: SRINIBASH ROUT

ରାସ୍ତା କଡ଼ରୁ ମଣିଷର କଟା ଗୋଡ଼ ଉଦ୍ଧାର ।ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର କରାଯାଇଛି। ତେବେ ଏହି କଟା ଗୋଡ଼ଟି କାହାର ଓ ଏଠାକୁ କେମିତି ଆସିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟା ଗୋଡଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ରାସ୍ତା କଡ଼ରୁ କଟା ଗୋଡ଼ ଉଦ୍ଧାର ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନରେ ପକାଇଲା ଓ ଯଦି କଟା ଗୋଡ଼ ଏଇଠି ତେବେ ପୁରା ଶରୀର କେଉଁଠି ସେନେଇ ଛାନଭିନ ଆରମ୍ଭ ହୋଇଛି। ପୁରା ଶରୀର ମିଳିବା ପରେ କଟା ଗୋଡ଼ଟି କାହାର ଓ ତାଙ୍କ ପରିଚୟ ମିଳିପାରିବ ।


ସୂଚନା ସୁକିନ୍ଦା ଥାନା ଅଧିକାରୀ ।




https://socialnewsodiaofficial.blogspot.com