02-MAY-2022


📌


BY: SRINIBASH ROUT

ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ୍ ରହିବ। ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିବ ।ଅଗଷ୍ଟ ୧ ତାରିଖରୁ ଏହା ପୁଣି ଖୋଲିବ। କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ୍ ରହିବ। ଏହି ସମୟ ମଧ୍ୟରେ ଅଭୟାରଣ୍ୟକୁ କୌଣସି ପର୍ଯ୍ୟଟକଙ୍କୁ ଛଡ଼ା ଯିବନାହିଁ ବୋଲି ଡିଏଫ୍‌ଓ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମୟରେ କୁମ୍ଭୀର ମାନେ ଭିତରକନିକା ସଂଲଗ୍ନ ନଦୀ ଓ ନାଳର ଉପର ମୁଣ୍ଡକୁ ଉଠିଯାଇଥା’ନ୍ତି। ସେଥିପାଇଁ ବନ ବିଭାଗ ଜନ ସଚେତନତା କରିବା ସହ ଡାଙ୍ଗମାଳ, ରାଜନଗର ଓ ମହାକାଳପଡ଼ାରେ ଊଦ୍ଧାରକାରୀ ଟିମ୍ ନିୟୋଜିତ କରିଛୁ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ୍ ରହିଥାଏ ।ଅନ୍ୟପଟେ ଭିତରକନିକା ସଲଗ୍ନ ନଦୀ କୂଳିଆ ଗ୍ରାମବାସୀ ମାନେ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ଡିଏଫ୍‌ଓ ସୂଚନା ଦେଇଛନ୍ତି ।



https://socialnewsodiaofficial.blogspot.com