21/MAY/2022
📌
BY: SRINIBASH ROUT
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଥାନାରେ ଥିବା ଫରେଷ୍ଟର ହରିହର ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଚଳିତ ମେଇ ମାସ ୧୧ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡ଼ି ଥିଲେ। ଗନ୍ଧର୍ଲା ପଞ୍ଚାୟ ତ ଝିଙ୍କିପଡା ଗାଁଠାରେ ଥିବା ସଂରକ୍ଷିତ ଜଙ୍ଗଲକୁ ଆର୍ଥିକ ବର୍ଷ୨୦୨୨/୨୩ ବନି କରଣ କରିବା ପାଇଁ ମନରେଗା ଯୋଜନା ରେ ଚାଲିଛି ନର୍ସରୀ ଚାରା ସଂଗ୍ରହ ।ନର୍ସରୀରେ ୱଚର ଭାବେରେ ନିର୍ଦ୍ଦିଷ୍ଟ ସମ୍ପୃକ୍ତବ୍ୟକ୍ତି ରହି ରକ୍ଷିଣାବେକ୍ଷେଣା ପ୍ରତିଦିନ ମଜୁରିଆ କାମ କରୁଥିବା ଶ୍ରମିକ ମାନେ ଙ୍କ ହାଜିରୀ ଲେଖିବାଙ୍କୁ ଡାକି କାମରେ ଲଗାଇବାର ଥିଲା କ୍ଷୀରସିନ୍ଧୁ ଭୋଇଙ୍କ କାମ ।ତେବେ ନର୍ସରୀ କାମ ଚାଲୁ ହେଲାଣି ପାଖାପାଖି ଅଢେଇ ରୁ ତିନି ମାସ ।କିନ୍ତୁ ଶ୍ରମିକ ମାନଙ୍କ ଆକାଉଣ୍ଟ ରେ ପାରିଶ୍ରମିକ ବାବଦ ପଡିଥିଲା ଦୈନିକ ୩୧୫ ଟଙ୍କା ।ହେଲେ ମଜୁରୀ ହିସାବରେ ଜଣେ ଶ୍ରମିକ କୁ ମାସକୁ ୯ ହଜାର ୪ଶହ ୫୦ଟଙ୍କା ହେବା କଥା ତେବେ ଶ୍ରମିକ ମାନଙ୍କ ଆକାଉଣ୍ଟ ୧୦ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଜମା ହୋଇ ଆସିଥିଲା। ଉକ୍ତ ଟଙ୍କା କୁ ଶ୍ରମିକ ମାନଙ୍କୁ ଉଠାଣ କରି ଏକାଠି କରି ସମସ୍ତ କାମ କରିଥିବା ଶ୍ରମିକ ମାନଙ୍କୁ ପାରିଶ୍ରମିକ ବାବଦରେ ଦିଆ ଯାଇଥିବା କାମ କରୁ ଥିବା ଶ୍ରମିକ ମାନେ କହିଛନ୍ତି। ତେବେ ୧ଲକ୍ଷ ୩୦୦ଟଙ୍କା ବଳକା ଟଙ୍କା କ୍ଷୀର ସିନ୍ଧୁ ଭୋଇ ପାଇଲେ କେଉଁଠାରୁ। ୱଚର ବାବୁ ଜଣକ ଚାଲାକି ଦେଖାଇ କାମ କରି ନଥିବା ଶ୍ରମିକ ମାନଙ୍କ ନାମରେ ହୁଏତ ଟଙ୍କା ଆକାଉଣ୍ଟ ମାନଙ୍କରେ ଜମା କରିଥିଲେ ଭାଗବାଣ୍ଟି ହରି ଲୁଟ କରିବା ପାଇଁ।
ଶେଷରେ ଫରେଷ୍ଟର ହରିହର ସ୍ବାଇଁ, ୱଚର କ୍ଷୀର ସିନ୍ଧୁ ମଧ୍ୟ ମଧୁଚନ୍ଦ୍ରିକାରେ ତାଳ ମିଲ ଖାଇ ନଥିବା ରୁ ନର୍ସରୀ ଜଗୁଆଳି ଏଭଳି ଜାଲ ବିଛେଥିବା ଅନୁମାନ କରା ଯାଉଛି। ଏପରିକି ଫରେଷ୍ଟର କୁ ସରକାରି କ୍ୱଟର୍ସ ରେ ମଦ ମାଂସ ଖୁଆଇ ଥିବା ଭିଡ଼ିଓ ମଧ୍ୟ କ୍ଷୀର ଦିନ କୁ ଦିନ ଭାଇରାଲ କରୁ ଥିବା ସୂଚନା ମିଳୁଛି। ତେବେ ଏହି ଘଟଣା କୁ କେନ୍ଦ୍ର କରି ଆମ ପ୍ରତିନିଧି ଜଗୁଆଳି କୁ ଭେଟି ବାକୁ ଗଲେ ସେ ଲୁଚ କାଲି ଖେଳୁ ଥିବା ଯୋଗୁ ଅଧିକ ତଥ୍ୟ ମିଳି ପାରୁ ନାହିଁ ଏବଂ ଘଟଣା ଟି ଅସ୍ପଷ୍ଟ ରହିଛି। ଏନେଇ ସିନ୍ଧେକେଲା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
https://socialnewsodiaofficial.blogspot.com
0 Comments