01-MAY-2022


📌


BY: SRINIBASH ROUT

ଭାରତୀୟ ସେନାର ୨୯ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ୍ ମନୋଜ ପାଣ୍ଡେ ।ଶନିବାର ୩୦ ତାରିଖ ନୂଆଦିଲ୍ଲୀ ସ୍ଥିତ ସାଉଥ୍ ବ୍ଲକରେ ଥିବା ସେନା ମୁଖ୍ୟାଳୟରେ ସେ ଜେନେରାଲ୍ ମନୋଜ ମୁକୁନ୍ଦ ନରଓ୍ବାଣେଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।ପ୍ରଥମ ଥର ପାଇଁ ସ୍ଥଳସେନା ମୁଖ୍ୟ ପଦବୀରେ କପର୍ସ ଅଫ୍ ଇଞ୍ଜିନିୟର ସର୍ଭିସ୍‌ରୁ କୌଣସି ଇଞ୍ଜିନିୟରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି ।


ଏହା ପୂର୍ବରୁ ଜେନେରାଲ୍ ମନୋଜ ପାଣ୍ଡେ ଅନେକ ଗୁରୂତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି ।କାଶ୍ମୀର, ଲଦାଖ, ରାଜସ୍ଥାନରେ ସେନାକୁ ଦୁର୍ଗମ ଅଞ୍ଚଳ ଓ ଉଚ୍ଚତମ ଶୃଙ୍ଖକୁ ପହଞ୍ଚାଇବା ଭଳି ଅନେକ କାର୍ଯ୍ୟ ମନୋଜ ପାଣ୍ଡେ କରିଛନ୍ତି ।


ନ୍ୟାସନାଲ୍ ଡିଫେନ୍ସ ଏକାଡେମୀର ପୂର୍ବତନ ଛାତ୍ର ରହିଥିବା ଜେନେରାଲ ପାଣ୍ଡେ ୧୯୮୨ ମସିହା ଡ଼ିସେମ୍ବର ୨୪ରେ ସେ ଭାରତୀୟ ସ୍ଥଳସେନାରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ ।କ୍ୟାରିୟରର ପ୍ରଥମ ଭାଗରେ ଜଣେ ସେନା ଇଞ୍ଜିନିୟର ଭାବେ ସେବା ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସହିତ ସ୍ଥଳସେନାରେ ୩୯ ବର୍ଷ ହେଲା ସେବା ଯୋଗାଇ ଆସୁଛନ୍ତି। ଏକାଧିକ ଅପରେସନର ସଫଳତାର ସହ ନେତୃତ୍ବ ମଧ୍ୟ ନେଇଛନ୍ତି ।ତାଙ୍କ ପୁଅ ମଧ୍ୟ ଭାରତୀୟ ବାୟୁସେନାରେ ଜଣେ ସଫଳ ପାଇଲଟ୍ ଭାବେ କାର୍ଯ୍ୟରତ ।


https://socialnewsodiaofficial.blogspot.com