14/MAY/2022
📌
BY: SRINIBASH ROUT
ଜନ୍ ଡେଭିଡ଼ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ ।ଓଡ଼ିଶା ହଟି ଟିମ୍ ନିର୍ଦ୍ଦେଶକ ଭାବେ ଅଷ୍ଟ୍ରେଲୀୟ ହକି କ୍ରୀଡାବିତ୍ ଡେଭିଡ଼ ଜନଙ୍କୁ ମିଳିଲା ନିଯୁକ୍ତି ।ହକି ଇଣ୍ଡିଆର ହାଇ ପରଫମାନ୍ସ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଭାରତକୁ ଫେରିଲେ ଡେଭିଡ଼ ଜନ୍ ।ବର୍ତ୍ତମାନ ସେ ସବ୍-ଜୁନିୟର ରାଜ୍ୟ ପୁରୁଷ ଟିମ୍ ସହ ଗୋଆରେ ଅଛନ୍ତି ।ଡେଭିଙ୍କ ନିଯୁକ୍ତି ରାଜ୍ୟରେ ହକିର ଅଭିବୃଦ୍ଧି ପାଇଁ ଏକ ପଥ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି ।ଭାରତୀୟ ଦଳର ଫିଟନେସ୍ ସ୍ତରରେ ଉନ୍ନତି ଆଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ଏବଂ ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ ପଦକରେ ମୂଳଦୁଆ ପକାଇବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଜନ୍ ।ଓଡ଼ିଶା ହକିକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହକି ଆସୋସିଏସନର ମିଳିତ ଉଦ୍ୟମରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ତୃଣମୂଳ ସ୍ତରରେ ହକିର ବିକାଶ ଦାୟିତ୍ଵ ରେ ରହିବେ ଜନ୍ ଡେଭିଡ଼ ।
https://socialnewsodiaofficial.blogspot.com
0 Comments