07 MAY-2022


📌


BY: SRINIBASH ROUT

ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ଆଜି ବି ଦାଦନ ଖଟିବାକୁ ଯାଇ କେବେ ଶୋଷଣର ଶିକାର ତ ଆଉ କେବେ ନିଜ ଜୀବନ ଯାଉଛି ।ସୂଚନା ମତେ ହାଇଦ୍ରାବାଦକୁ କାମ କରିବାକୁ ଯାଇ ନିର୍ଯାତିତ ଜୀବନ ବିତାଉଛନ୍ତି କର୍ଲାମୁଣ୍ଡା ବ୍ଲକ୍ ରାଜପୁର ଗ୍ରାମପଞ୍ଚାୟତ ସିଆଲପଲା ଗାଁର ୪ ଜଣ ଯୁବକ ।କିଛି ଦିନ ତଳେ ଏହି ଗାଁ ୧୧ ଜଣ ଯୁବକ କାମ ଅନ୍ୱେଷଣରେ ହାଇଦ୍ରାବାଦ ଯାଇଥିଲେ ।କଠିନ କାମ ଏବଂ ମାଲିକର ନିର୍ଯାତନା ସହି ନ ପାରି ୭ ଜଣ ଯୁବକ ଲୁଚି ଘରକୁ ଫେରିଛନ୍ତି ।ଆଉ ୪ ଜଣ ଯୁବକ ସେଠାରେ ଅଟକ ଥିବା ଜଣାପଡ଼ିଛି ।ସେମାନଙ୍କ ପରିବାର ଯୁବକମାନଙ୍କୁ ଘରକୁ ଫେରିଆଣିବା ପାଇଁ ସରକାରଙ୍କୁ ଗୁହାରି କରୁଛନ୍ତି। ଏ ବିଷୟରେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଜାଣିବା ପରେ ପରିବାର ପାଖକୁ ଯାଇ ଫେରନ୍ତା ଯୁବକ ଏବଂ ଅଟକ ରଖିଥିବା ଯୁବକଙ୍କ ପରିବାର ସହିତ କଥାବାର୍ତ୍ତା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।ଜିଲ୍ଲା ପ୍ରଶାସନ ଏହି ନିର୍ଯାତିତ ଶ୍ରମିକମାନଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।


https://socialnewsodiaofficial.blogspot.com